ଉମରକୋଟ ଠାରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ ……
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ)
ନିଜର ୩୨ ତମ ଜନ୍ମ ଦିବସକୁ କିଛି ନିଆରା ଢଙ୍ଗରେ ପାଳନ କରିଛନ୍ତି ଉମରକୋଟର ଯୁବ ସ୍ଵେଚ୍ଛାସେବୀ ଲୋକେଶ କଲାର । ଲୋକେ ଜନ୍ମ ଦିବସରେ ସାଙ୍ଗ ସାଥି ସହ ଭୋଜିଭାତ ସହ ମଉଜ ମସ୍ତିରେ ମସଗୁଲ ରହୁଥିବା ବେଳେ ଲୋକେଶ ତାଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକେଶ ଓ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହାୟତାରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ଅନେକ ସମୟରେ ରକ୍ତ ଅଭାବରୁ ରୋଗୀଙ୍କ ଅକାଳରେ ଜୀବନ ଚାଲି ଯାଉଥିବାରୁ ଏହାକୁ ରୋକିବା ପାଇଁ ତାଙ୍କର ଏହା ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଲୋକେଶ । ଏହି ଅବସରରେ ମୋଟ ୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମେଡିକାଲ ଇନ୍ ଚାର୍ଜ ଶରତ ଚନ୍ଦ୍ର ସେଠୀ ଓ ବ୍ଳଡବ୍ୟାଙ୍କ ଅଧିକାରୀ ସବ୍ୟସାଚୀ ଦାସ ଏବଂ ସ୍ତ୍ରୀ ପ୍ରସ୍ତୁତି ବିଶେଷଜ୍ଞ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ର ବିଶ୍ଵଜିତ ସୁନା , ମେଡିକାଲ ମେନେଜର ସୁବ୍ରାଶୁ , ବିପିନ କୁମାର ମାଝି, ସତ୍ୟବ୍ରତ ପ୍ରଧାନ, ଓ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ଦାନ ଶିବିରରେ ସହଯୋଗ କରିଥିଲେ।
