June 14, 2026

ଉମରକୋଟ ନିକଟସ୍ଥ ୟୁଭି ୧ ନଂ ଠାରେ ପୂଜା ପାଉଛନ୍ତି ୪୫ ଫୁଟର ମା କାଳୀ………

IMG-20241104-WA0002
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ବଡ଼କୁମାରୀ ପଞ୍ଚାୟତ ୟୁଭି ୧ନମ୍ବର ବଙ୍ଗୀୟ ଗ୍ରାମ ରେ ଦୀର୍ଘ ୬୯ବର୍ଷ ପୂର୍ତ୍ତି ଅବସରରେ ପୂଜା ପାଉଛନ୍ତି ମାଁ କାଳି । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଫୁଟ ର ମାଁ କାଳି ମୂର୍ତ୍ତି ଏଠାରେ ପୂଜା ପାଉଛନ୍ତି। ଆଲୋକର ପର୍ବ ଦୀପାବଳି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପର୍ବ ହୋଇଥିବା ବେଳେ ସାରା ବିଶ୍ୱରେ ହିନ୍ଦୁ ଏହି ପର୍ବକୁ ପାଳନ କରିଥାନ୍ତି। ଏହି ଅବସରରେ କେହି କେହି ମା ମହାଲକ୍ଷ୍ମୀଙ୍କ ପୂଜା କରିଥାନ୍ତି ତ ବଙ୍ଗୀୟ ସମ୍ପ୍ରଦାୟରେ ମା କାଳୀଙ୍କୁ ଆରାଧନା କରାଯାଇଥାଏ।ୟୁଭି ୧ନଂ ଠାରେ

ପୂଜା ପାଉଛନ୍ତି ମା କାଳୀଙ୍କ ୪୫ ଫୁଟ ଉଚ୍ଚତାର ମୁଣ୍ମୟୀ ମୂର୍ତ୍ତୀ। ଚଳିତ ବର୍ଷ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି ମହାକାଳୀଙ୍କ ପୂଜାର୍ଚ୍ଚନା। ଦଶ ଦିନ ଧରି ଏହି ପୂଜା ଜାରି ରହିବା ସହ ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା କମିଟି ପକ୍ଷରୁ ମିନାବଜାର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୪୫ଫୁଟର ମାଁ କାଳୀଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ଦୀପାବଳି ମଧ୍ୟ ରାତ୍ରିରୁ ପୂଜା ଆରମ୍ଭ ହୋଇଯାଇଛି । ୬୦ ବର୍ଷ ଧରି ଏହି ଗ୍ରାମରେ ପୂଜା ପାଇଛନ୍ତି ମାଁ ମହାକାଳୀ । ଏଥିପାଇଁ ଗାଁ ପୂଜା କମିଟି ତରଫରୁ କରା ଯାଇଛି ବିଶେଷ ଆୟୋଜନ । ଏହି ପୂଜାରେ ମୀନା ବଜାର ସହ ବିଭିନ୍ନ ଦୋକାନ ବଜାର ବସିଥାଏ । ଏହି ପୂଜା ଦେଖିବା ପାଇଁ ଜିଲ୍ଲା ସହ ଜିଲ୍ଲା ବାହାରୁ, ପଡୋଶୀ ଛତିଶଗଡ ଓ ପଶ୍ଚିମବଙ୍ଗରୁ ବହୁ ଭକ୍ତ ଏହି ପୂଜା ଦେଖିବାକୁ ଆସିଥାନ୍ତି । ତେଣୁ ଏହି ବର୍ଷ ଅଧିକ ଧୁମ୍ ଧାମରେ ପୂଜା କରିବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି । ଏବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ରେକର୍ଡ ଡାନ୍ସ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ପୂଜା କମିଟି। ଜନ ଗହଳିକୁ ଆଖି ଆଗରେ ରଖି ସୁରକ୍ଷାପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା ବେଳେ ସିସି ଟିଭି କ୍ୟାମେରା ମାଧ୍ୟମରେ ସମସ୍ତ କାର୍ଯ୍ୟ ଉପରେ ନଜର ରଖାଯାଉଛି। ପୂଜା କମିଟି ସଭାପତି କହିଛନ୍ତି ମାଁ କାଳୀଙ୍କ ପୂଜାରେ ଗ୍ରାମର ମହିଳାଙ୍କ ବିଶେଷ ଭୂମିକା ରହିଥାଏ । ଏହି ପୂଜା ପାଇଁ ବଡ଼କୁମାରୀ ଗ୍ରାମ ର ବଙ୍ଗୀୟ ଓ ଆଦିବାସୀ ମହିଳା ମାନେ ସମସ୍ତ ଦାୟିତ୍ଵ ନେଇ ରୀତିନୀତି ରେ ସମସ୍ତ ପୂଜା କରିଥାନ୍ତି। ଚଳିତ ବର୍ଷ ୧୦୦୦ଜଣ ମହିଳା ଉପବାସ ଓ ବ୍ରତ ରଖି ପୂଜା କରୁଛନ୍ତି। ପୂଜା ସମୟରେ ପ୍ରାୟ ସମସ୍ତଙ୍କ ଘରକୁ ବାହାରୁ ସମ୍ପର୍କୀୟ ଓ ଅତିଥି ଆସନ୍ତି । ଘରର ମହିଳା ମାନେ ମାଁ ଙ୍କ ପୂଜା ସହ ଅତିଥି ଚର୍ଚ୍ଚା କରି ବହୁ ଆନନ୍ଦ ଲାଭ କରିଥାନ୍ତି ବୋଲି କହିଛନ୍ତି ପୂଜା କମିଟି ସଭାପତି।