June 13, 2026

ଉମରକୋଟ ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ…….

IMG-20241004-WA0049
Share

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କରି ମିଳିତ କ୍ରିୟାନୁଷ୍ଠ।ନ କମିଟି ଡାକରା ଦେଇ ଥିବ। ଅବିଭକ୍ତ କୋରାପୁଟ ଜିଲ୍ଲାର ୧୨ ଘଣ୍ଟିଆ ବନ୍ଦ ଉମରକୋଟ ରେ ସଂପୂଣ୍ଣ ସଫଳ ହେଇଛି। ଏହି ବନ୍ଦ କୁ ପ୍ରାୟ ୫୦ ଟି ସଂଘ ଡାକରା ଦେଇଥିବା ବେଳେ ଏହାକୁ ବିଜେଡି ଓ କଂଗ୍ରେସ ସମର୍ଥନ କରିଛି। ଆଜି ବନ୍ଦ ଯୋଗୁ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ଥିବା ସହ ଦୋକାନ ବଜାର, ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସରକାରୀ ଓ ବେସରକାରୀ ବ୍ୟାଙ୍କ, କଲେଜ ଓ ସ୍କୁଲ ଗୁଡ଼ିକ ବନ୍ଦ ଥିଲା। ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ, ରାଇଘର ରାସ୍ତା ଓ ଡି ଏନ୍ କେ ଛକ ଠାରେ ଆନ୍ଦୋଳନ କ।ରି ମାନେ ଟେନ୍ତ ମାରି ରାସ୍ତା ଅବରୋଧ କରି ଥିଲେ। ଏପରି କି ବାହାର ରାଜ୍ୟ ରୁ ଆସିଥିବା ଭାରି ଯାନ ଟ୍ରକ ଗୁଡ଼ିକ ରାସ୍ତା ମଝି ରେ ରଖି ରାସ୍ତା ଅବରୋଧ କର।ଯାଇଥିଲା। କୌଣସି ଅପ୍ରିୀତିକର ପରିସ୍ଥିତି କୁ ଏଡ଼ାଇବା ପାଇଁ ପୋଲିସ ବ୍ୟାପକ ଭାବେ ମୃତୟନ କରାଯାଇଥିଲା। ବିର ସିଂ ମାଝି ଓ ଚୁନୀ ଲାଲ ମିର୍ଜା ଓ ବହୁ ଆଦିବାସୀ ନେତା ଏହି ବନ୍ଦ ର ନେତୃତ୍ୱ ନେଇ ଥିଲେ।

You may have missed