” ମୋ ଅନୁଷ୍ଠାନ ସମାଜସେବା ସଂଗଠନ ” ର କମ୍ବଳ ବଣ୍ଟନ ଶୁଭାରମ୍ଭ
ଖଇରା , ( ଦେବାଶିଷ ଦାଶ )
ପ୍ରତିବର୍ଷ ପରି ଆଜି ତା ୦୨/୧୦/୨୦୨୬ ରିଖ ଗାନ୍ଧୀ ଜୟନ୍ତୀ ଶୁକ୍ରବାର ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୋଚିଆକୋଇଲି ଆର.ଆଇ. ଅଫିସ୍ ପାଖରେ ଥିବା କେଳା ମାନଙ୍କୁ ” ମୋ ଅନୁଷ୍ଠାନ ସମାଜସେବା ସଂଗଠନ ” ତରଫରୁ କମ୍ବଳ ବଣ୍ଟନ କରାଯାଇ ଚଳିତ ଋତୁ ପାଇଁ କମ୍ବଳ ବଣ୍ଟନର ଶୁଭାରମ୍ଭ କରାଯାଇଛି । ପ୍ରଥମେ ଶୁଭାରମ୍ଭ କରିଥିଲେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଜଗବନ୍ଧୁ ବାରିକ୍ । ପରେ ପରେ ସମ୍ପାଦକଙ୍କ ସମେତ ସହ-ସମ୍ପାଦିକା ବୀଣାପାଣି ଜେନା, ବରିଷ୍ଠ ଉପଦେଷ୍ଟା ଭରତ ଚନ୍ଦ୍ର ଦାସ, ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ଓ ରାମଚନ୍ଦ୍ର ପତ୍ରୀ କମ୍ବଳ ବଣ୍ଟନ କରିଥିଲେ । ପ୍ରତ୍ୟେକ ବର୍ଷ ପ୍ରଥମେ କେଳା ମାନଙ୍କ ଠାରୁ ହିଁ କମ୍ବଳ ବଣ୍ଟନର ଶୁଭାରମ୍ଭ ହୋଇଥାଏ, ଏବର୍ଷ ମଧ୍ୟ ପୂର୍ବ ଢାଞ୍ଚାକୁ ଆପଣେଇଛି ଅନୁଷ୍ଠାନ । ଏହାପରେ ପର୍ଯ୍ଯାୟ କ୍ରମେ ବିଭିନ୍ନ ଜିଲ୍ଲାରେ କମ୍ବଳ ବଣ୍ଟନ ଜାରି ରହିବ । ପୂର୍ବ ବର୍ଷପରି ବଡ଼ଦାଣ୍ଡ ପୁରୀ ସମେତ ସମ୍ପୃକ୍ତ ଅଞ୍ଚଳରେ ବଣ୍ଟନ ହେବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଥର ନେପାଳରେ କମ୍ବଳ ବାଣ୍ଟିବ ” ମୋ ଅନୁଷ୍ଠାନ ” ଯାହା ପୂର୍ବରୁ ଘୋଷଣା ସରିଛି ।
ପ୍ରକାଶ ଥାଉକି ଦିନକୁ ଦିନ ” ମୋ ଅନୁଷ୍ଠାନ ସମାଜସେବା ସଂଗଠନ ” ସୁନାମ ବୃଦ୍ଧି ପାଉଥିବା ବେଳେ ନୂତନ ନୂତନ ମେମ୍ବର ମାନଙ୍କ ଯୋଗଦାନ ଅନୁଷ୍ଠାନକୁ ଆଗେଇ ନେବାରେ ସହାୟ ହେଉଛି ।।
