November 2, 2026

କେନ୍ଦୁଗୁଡା ଦୋଳମଣ୍ଡପ ଠାରେ ଅଞ୍ଚଳର ବିକାଶ ପାଇଁ ବୈଠକ 

IMG-20261102-WA0109
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଏନଏସି ର ଏକ ନମ୍ବର ୱାର୍ଡ ଦଳ ମଣ୍ଡପ ଠାରେ ସୋମବାର ଦିନ ଅପରାହ୍ଣ ରେ ସର୍ବ ଦଳୀୟ ମହିଳା ମଣ୍ଡଳ ଗଠନ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହେଇଥିଲା ଉକ୍ତ ବୈଠକ ରେ ୱାର୍ଡର ଏକାଧିକ ମହିଳା ଏକଜୁଟ ହେଇଥିବା ବେଳେ ସେମାନଙ୍କର 8 ଗୋଟି ଦାବି ଉପସ୍ଥାପନା କରିଥିଲେ l ଏଥିରେ ଶିଶୁ ମାନଙ୍କ ଉପରେ ମା ମାନେ ନିହାତି ଧ୍ୟାନ ଦେବ, ନିଶାମୁକ୍ତ ୱାର୍ଡ ଗଠନ, କୋଟପାଡ଼ ଠାରେ ଥିବା ମଦ ଭାଟିରୁ ପାଉଚ ମଦ ଯୋଗାଣ ଵନ୍ଦ କରିବା, ୱାର୍ଡର ରାସ୍ତା ଘାଟ ଉନ୍ନତି କରିବା, ୱାର୍ଡ ମଧ୍ୟରେ ଥିବା ସରକାରୀ ଜାଗାରେ ଘର କରି ରହିଥିବା ଲୋକଙ୍କୁ ପଟା ଯୋଗାଇ ଦେବା ସକାଶେ ସରକାର କୁ ଦାବି ଜଣାଇବା, ପୌଡ଼ ଶିକ୍ଷା ବ୍ୟବସ୍ଥା, ୱାର୍ଡର ଖାଲି ପଡିଥିବା ସରକାରୀ ଜାଗା କୁ ସୁରକ୍ଷା ଦେବା କରି ୱାର୍ଡ ରେ ବସବାସ କରୁଥିବା ଲୋକଙ୍କୁ ପ୍ରାଥମିକତା ଦେଇ ପଟା ଜଗାଇବା ଓ ପରିମଳ ଉପରେ ବିଶେଷ ରୂପେ ଗୁରୁତ୍ୱ ଦେବା ନେଇ ବୈଠକ ରେ ଆଲୋଚନା ହେଇଥିଲା l

ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ରୂପେ ବିଧାୟକ ରୁପୁ ଭତରା,

ସମାନନୀୟ ଅଥିତି ରୂପେ ଏନଏସି ଅଧକ୍ଷ ଏମ ସଙ୍କର ରାଓ, ଉପାଧକ୍ଷା ଏମ ସନ୍ତୋଷୀ, ଉପସ୍ଥିତ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ସମାଜ ସେବି ଗଣେଶ ପଣ୍ଡା, କୋଟପାଡ଼ ଆଇନଜୀବୀ ଶୋଭାପତି ମଣିପ୍ରସାଦ ପଟନାୟକ, ଏବଂ ଅଖିଳ ଭାରତୀୟ ଭୋତରା ସମାଜର ସଭ୍ୟ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ଏବଂ ଶେଷରେ ୱାର୍ଡ ରେ ମା ପୋରଦେଶିନୀ ମହିଳା ମଣ୍ଡଳ ଗଠନ କରାଯାଇଥିବା ଜଣାପଡିଛି l ବିଗତ ସାଡ଼େ ଚାରି ବର୍ଷ ବିତିଗଲା ବିପର୍ଯସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆସି ପାରିଲା ନାହିଁ.ହାଇମାକକ୍ସ ଲାଇଟ ଯୋଗାଣ ରେ ଅନିୟମିତତା.ଦୁଇ ନମ୍ବର ୱାର୍ଡ ରେ ଥିବା ଡାକ ଘର ଯିବା ପାଇଁ ଅବ୍ୟବସ୍ଥା. କୁସୁମୀ ଛକର ମାର୍କେଟ କମ୍ପ୍ଲେକ୍ସ. ଦୈନିକ ବଜାର ର ଅବସ୍ଥା.ଚକ୍ରକୋଟି ମନ୍ଦିର ଯିବା ରାସ୍ତା ସମେତ ବିଭିନ୍ନ ମନ୍ଦିର ଆଖ ପାଖ ରେ ବେ ଧଡକ ମଦ ବିକ୍ରି ଚାଲିଲା ଏ ସବୁ କାଉନ ସିଲ ବୈଠକ ଏବଂ ପଞ୍ଚାୟତ ସମିତି ବୈଠକ ରେ ସମାଧାନ ନ ହୋଇଲା ତେଣୁ ଆସନ୍ତା ନିର୍ବାଚନ ପାଇଁ ସଜ ବାଜ କୀ ବୋଲି ପରିବା ବିକାଳି.କେତେକ ବ୍ୟବସାୟୀ ଙ୍କ ସମେତ ବୁଦ୍ଧି ଜୀବି ଗଣ ମାଧ୍ୟମକୁ ସୂଚନା ଦେଇଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l