October 3, 2026

ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

IMG-20261002-WA0037
Share

 

ମାଲକାନଗିରି: ୨/୧୦: ଆଜି ହର୍ଷା ଟ୍ରଷ୍ଟ ପକ୍ଷରୁ Dist coordinator kaustva krishna Datta, INRM Expert Debasish Behera ଓ CRP Haribandhu Bhumia ପ୍ରମୁଖ ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭାରେ ଯୋଗଦାନ କରିଥିଲେ । ଗ୍ରାମସଭାରେ ଗ୍ରାମବାସୀଙ୍କ ଆବଶ୍ୟକତା ଓ ଗ୍ରାମର ବିକାଶ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଗ୍ରାମସଭା ରେଜିଷ୍ଟର/ଖାତାରେ ବ୍ୟକ୍ତିଗତ ପ୍ରକଳ୍ପ (Individual Projects) 45 nos ଏବଂ ସାମୁଦାୟିକ ପ୍ରକଳ୍ପ (Community Projects) 42 nos ସମ୍ବନ୍ଧୀୟ ପ୍ରସ୍ତାବ ଓ ଏଣ୍ଟ୍ରି କରାଯାଇଥିଲା।

ଗ୍ରାମସଭା ମାଧ୍ୟମରେ ଗ୍ରାମବାସୀଙ୍କ ଅଂଶଗ୍ରହଣ ଓ ସହଭାଗିତାକୁ ଗୁରୁତ୍ୱ ଦେଇ ଗ୍ରାମର ଆବଶ୍ୟକତା ଅନୁଯାୟୀ ବିକାଶମୂଳକ ପ୍ରକଳ୍ପ ଚିହ୍ନଟ ଓ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।