October 4, 2026

ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ

IMG-20261002-WA0042
Share

 

 

ବରପାଲି : (ସୁଦାମ ଦୀପ) ଆଜି ଅକ୍ଟୋବର ୨ ତାରିଖ ସ୍ଥାନୀୟ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।ପ୍ରାରମ୍ଭିକ ପର୍ଯ୍ୟାୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ଅଧ୍ୟାପକ,ଅଧ୍ୟାପିକା ଏବଂ ଛାତ୍ରୀମାନେ ପୂଜ୍ୟପୂଜା କ୍ରମରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ମହା ବିଦ୍ୟାଳୟର ଏନ୍.ଏସ୍.ଏସ୍. ଓ ରେଡ୍‌କ୍ରସ୍ ବିଭାଗ ପକ୍ଷରୁ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।”ସତ୍ୟ, ଅହିଂସା ଏବଂ ସ୍ୱଚ୍ଛତା” ଶୀର୍ଷକ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗଦାନକରି ଗାନ୍ଧିଜୀଙ୍କ ଅହିଂସା ନୀତି ଓ ଶାସ୍ତ୍ରୀଜୀଙ୍କ ‘ଜୟ ଯବାନ, ଜୟ କିସାନ’ ନାରାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଜିକାଲିର ଯୁବପିଢ଼ି ଓ ଛାତ୍ରୀମାନେ ଏହି ମହାନ ପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶସେବାରେ ବ୍ରତୀ ହେବାକୁ ସେ ଆହ୍ୱାନ ଦେଇଥିଲେ। ଶେଷରେ ଇକୋ କ୍ଲବ ସଂଯୋଜକ ନେପାଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସାଙ୍ଗ ହୋଇଥିଲା।