ବରଗଡରେ ବିଜେଡିର ଜନସମ୍ପର୍କ ଅଭିଯାନ ଆରମ୍ଭ
ବରଗଡ,ତା ୨/୧୦ (ସୁରେନ୍ଦ୍ର କଠାର)
ବିଜୁ ଜନତା ଦଳର ମାନ୍ୟବର ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜୁ ଜନତା ଦଳର ଜନସମ୍ପର୍କ ଅଭିଯାନ ଆଜି ପଵିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀରୁ ଶୁଭାରମ୍ଭ ହେଲା ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗାନ୍ଧୀ ପାର୍କ ରୁ ବାପୁଜୀଙ୍କ ପ୍ରତିମୂର୍ତ୍ତି ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଦେଶ ଓ ଜାତିର ସେବା ଓ ବିକାଶ ପାଇଁ ପ୍ରତିବଦ୍ଧତାର ଶପଥ ପାଠ କରି ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଗଲା l
ଏହି ପଦଯାତ୍ରା ସମୟରେ ଓଡିଶାବାସୀଙ୍କ ପ୍ରିୟତମ ନେତା ନବୀନ ପଟ୍ଟନାୟକ ଙ୍କ ସରକାର ସମୟରେ ନିଆଯାଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମର ଅବତାରଣା କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ବିଜେପି ସରକାର ଦେଇଥିବା ପ୍ରତିଶୃତି ପାଳନରେ ଚରମ ବିଫଳତା, ମହିଳା ମାନଙ୍କୁ ପ୍ରତାରଣା ଓ ନିର୍ଯାତନା,ମହିଳା ଦୁଷ୍କର୍ମ,ଆଇନଶୃଙ୍ଖଳାର ଅଧୋଗତି, ଚାଷୀମାନଙ୍କ ସମସ୍ୟା ପ୍ରତି ଅବହେଳା, ଯୁବସମାଜ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା, ପାଠ୍ୟପୁସ୍ତକ ବିଭ୍ରାଟ, ଦରଦାମ ବୃଦ୍ଧି, ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କ ଭତ୍ତା ଦେବାରେ ଅସମର୍ଥ, MMDR ଆଇନ ରେ ଓଡିଶାର ହକକୁ ଲୁଣ୍ଠନ, SIR ଘୋଟଲା ଓ କେନ୍ଦ୍ର ତଥା ଓଡିଶା ସରକାର ଙ୍କ ବିଭିନ୍ନ ଜନବିରୋଧୀ ନୀତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ
|ଏହି କାର୍ଯ୍ୟକ୍ରମରେ ବରଗଡର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ,ପୂର୍ବତନ ଅତାବିରା ବିଧାୟିକା ସେହ୍ନାଗିଂନୀ ଛୁରିଆ ,କଳ୍ପନା ମାଝି,ଗୌରହରି ମିଶ୍ର,ପ୍ରଦ୍ୟୁମ୍ନ ତ୍ରିପାଠୀ,ହରିଶଂକର ବେହେରା କଂ ସମେଚ ଶତାଧିକ ବିଜେଡି କର୍ମୀ ଯୋଗଦାନ କରିଥିଲେ |
