November 1, 2026

ସୀମାନ୍ତ ଚାନ୍ଦିଲି ଉଚ୍ଚ ବିଦ୍ୟାଳୟରେ ଜ଼ିଲ୍ଲା ସ୍ତରୀୟ ସତୁରି ତମ ଖୋକ ପ୍ରତିଯୋଗିତାର ଶୁଭାରମ୍ଭ

IMG-20261101-WA0033
Share

 କୋରାପୁଟ ଜ଼ିଲ୍ଲା କୋଟପାଡ଼ ଚାନ୍ଦିଲି ପଞ୍ଚୟତ ର ଉଚ୍ଚ ବିଦ୍ୟାଳୟ ପରିସର 70 ତମ ଖୋକ ବିଦ୍ୟାଳୟ ସ୍ତୋରୀୟ କ୍ରୀଡା ପ୍ରତିଯୋଗିତା ରବିବାର ଦିନ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ଏଥିରେ ଜ଼ିଲ୍ଲା ର 14 ଗୋଟି ବ୍ଲକର 340 ଜଣ କ୍ରୀଡା ବିତ ଛତ୍ରୀ ଛାତ୍ର ଯୋଗଦେଇଥିବା ବେଳେ 47 ଜଣ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ମୁଖ୍ୟ ଅଥିତି ରୂପେ ସ୍ଥାନୀୟ ବିଧାୟକ ରୁପୁ ଭତରା, ଯୋଗ ଦେଇଥିବା ବେଳେ ସୋମ୍ମାନୀୟ ଅଥିତି ରୂପେ ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ସରପଞ୍ଚ ପୁଷ୍ପା ପୂଜାରୀ, ଗୋଷ୍ଟି ଶିକ୍ଷା ଅଧିକାରୀ ସବିତା ସଡ଼ଙ୍ଗି ଉପସ୍ଥିତ ଥିଲେ l ସକାଳ 8 ଘଣ୍ଟାରେ ଉକ୍ତ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିବା ବେଳେ ଏଥିରେ ଉଚ୍ଚ କୋଟିର ଖେଳାଳିଙ୍କୁ ଚୟନ କରାଯାଇ ସେମାନଙ୍କୁ ରାଜ୍ୟ ସ୍ତୋରୀୟ ଖୋକ ପ୍ରତି ଯୋଗିତା ରେ

ଅଂଶଗ୍ରହଣ କରିବା ସକାଶେ ନିଷ୍ପତି ନିଆଯାଇଥିବା ଜଣାପଡିଛି l ଉକ୍ତ କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ସୋମବାର ଦିନ ଉଦଯାପନୀ ଦିବସ ରହିଛି l ଏହି କ୍ରୀଡା ପ୍ରତିଯୋଗିତା ଓଡିଶା ଗଣ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା 3 କିମ୍ୱା 4 ତାରିଖରେ ସୁନ୍ଦରଗୋଡ଼ ଠାରେ ରାଜ୍ୟସ୍ତୋରୀୟ ଖୋକ ଖେଳ ଅନୁଷ୍ଠିତ ହେବାର ସୋମ୍ବା ବନା ରହିଛି l ଏଥିରେ କେବଳ 14 ରୁ 17 ବର୍ଷର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟଲୟ ର ପ୍ରଧାନ ଶିକ୍ଷକ ଆର ଦିବାକର ରାଓ, ଗୋଷ୍ଟି ଶାରୀରିକ ଶିକ୍ଷା ସୋମ୍ପାଦିକା ପ୍ରଭାସିନୀ ନିଆଲ, ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଲୋଲାଟେନ୍ଦୁ ପୂଜାରୀ, ଦେବେନ୍ଦ୍ର ବୈଦ୍ୟ.କ୍ରୀଡା ଶିକ୍ଷକ କୋଟପାଡ଼ ଉଚ୍ଚ ବିଦ୍ୟାଳୟ ର ପ୍ରଦୀପ ଗୌଡ଼,ସନ୍ତୋଷ ସତ ପଥୀ.(ଶିକ୍ଷକ ଗଣିତ ଓ ବିଜ୍ଞାନ )ବାଲ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ 14 ଗୋଟି ବ୍ଲକର କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଚାନ୍ଦିଲି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କୋଟପାଡ଼ ଅଞ୍ଚଳର ଉଚ୍ଚ ଶିକ୍ଷା ବିଭାଗ ର ସମସ୍ତ ଶିକ୍ଷକ ସୋହଯୋଗ କରିଥିଲେ l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l