ବିରିଡି ବ୍ଲକ ରେ ଉଦଘାଟନ ହେଲା “ପ୍ରତୀକ୍ଷା କଳା ଏକାଡେମୀ “..
ଜଗତସିଂହପୁର, ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଓଡିଶୀ ନୃତ୍ୟର ଭାବ ଭଙ୍ଗୀ ଓ ଶୈଳୀ ଦ୍ୱାରା ଜଣେ ଶିକ୍ଷାର୍ଥୀର ମାନସିକ, ବୌଦ୍ଧିକ ଓ ଶାରୀରିକ ବିକାଶ ହେବା ସହିତ ଏକ ପ୍ରକାର ବ୍ୟାୟାମ ରେ ଶରୀରର ସନ୍ତୁଳନ ସୃଷ୍ଟି ହୋଇଥାଏ ବୋଲି ଏକ ଉଦ୍ଘାଟନୀ ସଭାରେ ମତ ମନ୍ତବ୍ୟ ପ୍ରକାଶ ପାଇଥିଲା l ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକର ବିରିଡି ହାଟ ନିକଟସ୍ଥ ମୈତ୍ରୀ କ୍ଲବ ପରିସରରେ ପ୍ରତୀକ୍ଷା କଳା ଏକାଡେମୀ ନାମରେ ଏକ ଓଡିଶୀ ଶିକ୍ଷାକେନ୍ଦ୍ର ର ଶୁଭ ଉଦଘାଟନ ଡଃ. ଲୋକନାଥ ସାହୁଙ୍କ କରକମଳରେ ହୋଇଯାଇଛି l ଏକାଡେମୀର ପ୍ରତିଷ୍ଠାତା ଶ୍ରୀମତୀ ସ୍ୱପ୍ନା ମିଶ୍ରଙ୍କ ବହୁ ପ୍ରତିକ୍ଷିତ ଏହି କଳା ଏକାଡେମୀ ର ଉଦ୍ଘାଟନୀ ଉତ୍ସବରେ ଶ୍ରୀଯୁକ୍ତ ଗଣେଷ ଚନ୍ଦ୍ର ମାଣିଆ ସଭାପତିତ୍ୱ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ, ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡଃ ଲୋକନାଥ ସାହୁ l ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ କଟକ ଏସ ସି ବି ମେଡିକାଲ ର ଡଃ ଲକ୍ଷ୍ମୀଧର ଆଚାର୍ଯ୍ୟ l ଅନ୍ୟତମ ସମ୍ମାନିତ ଅତିଥିଭାବେ ଉତ୍କଳ କଳାକାର ଏକାଡେମୀ ର ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ମଲ୍ଲିକ,କୋଷାଧକ୍ଷ ଭାଗବତ ପ୍ରସାଦ ଯୋଗଦେଇ ଏକାଡେମୀର ଉତ୍ତରୋତ୍ତର କାମନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଯୁଧିଷ୍ଠିର ଦାସ,ସରୋଜ ସାହୁ,ପ୍ରତାପ କୁମାର ଦଳାଇ, ସମ୍ବିତ ମହାନ୍ତି ,ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଦିପ୍ତିମୟୀ ଆଚାର୍ଯ୍ୟ, ଶ୍ରୀଦୀପ୍ତ ମିଶ୍ର, ରୋଜାଲିନ ମିଶ୍ର,ଗୋପାଳ ରାଓ ଦୋରା ଯୋଗ ଦେଇଥିବା ବେଳେ ବରିଷ୍ଠ କଳା ଶିକ୍ଷାଗୁରୁ ପତିତପାବନ ଜେନା ସଭା ପରିଚାଳନା କରିଥିଲେ l ଏହି ଅବସରରେ ଏକାଡେମୀ ତରଫରୁ ପ୍ରତ୍ୟେକ ଆମନ୍ତ୍ରିତ ଅତିଥି ମାନଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଛ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଧନ୍ୟବାଦ ଅର୍ପଣ କରିଥିଲେ ସୁରେଶ ଚନ୍ଦ୍ର ନାୟକ l
