July 1, 2026

ବାଲ୍ୟ ବିବାହ ନିରାକରଣ ତାଲିମ କାର୍ଯୟକ୍ରମ

IMG-20260701-WA0032
Share

 

ପାରଳାଖେମୁଣ୍ଡି ୦୧/୦୭/୨୦୨୬

ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ କାର୍ଯ୍ୟଯୋଜନା (୨୦୨୬-୨୦୨୯) କାର୍ଯ୍ୟାନ୍ୱୟନ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଯାଇଛି । କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଦ୍ୱାରା ୟୁନିସେଫର ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା, ବ୍ଲକ୍ ତଥା ପଞ୍ଚାୟତ ସ୍ଥରର ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ଆଲୋଚନାଚକ୍ର ଓ ତାଲିମ ଦିଆଯାଇଥିଲା। ୟୁନିସେଫ ଭୁବନେଶ୍ୱରରୁ ଆସିଥିବା ଶିଶୁ ସୁରକ୍ଷା ପରାମର୍ଶ ଅଧିକାରୀ ଶ୍ରୀ ଘାସିରାମ ପଣ୍ଡା ଅଂଶଗ୍ରହଣ କରିଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମଚାରୀଙ୍କ ସହଭାଗିତା ନେଇ ବିଭିନ୍ନ ଅଭ୍ୟାସ ଓ ଶିକ୍ଷ୍ୟା ପ୍ରଦାନ କରିଥିଲେ । ୨୦୨୩ ମସିହାରେ ଗଜପତି ଜିଲ୍ଲା ରାଜ୍ୟରେ ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବା ଦ୍ୱିତୀୟ ଜିଲ୍ଲାର ସମ୍ମାନ ଲାଭ କରିଥିଲା ତେଣୁ ଏହି ଦିଗରେ ଭବିଷ୍ୟତରେ ଆଗେଇ ନେବାକୁ ସେ ଆହ୍ୱାନ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ସହିତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ଏହି ତାଲିମ ପ୍ରାପ୍ତି କର୍ମଚାରୀ ଭବିଷ୍ୟତରେ ବାଲ୍ୟ ବିବାହ ନିରାକରଣର ସଫଳ କର୍ଯ୍ୟାନ୍ୱୟନ ପାଇଁ ଆଶାବାଦୀ ଅଛନ୍ତି।

You may have missed