November 1, 2026

କୃଷକପଲ୍ଲିରେ ସର୍ବଧର୍ମ ସମନ୍ୱୟ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ଶୁଭସ୍ତମ୍ଭ ସ୍ଥାପନ

IMG-20261101-WA0049
Share

ବରପାଲି-(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୃଷକପଲ୍ଲି ଗ୍ରାମରେ ଆସନ୍ତା ଦିନରେ ଅନୁଷ୍ଠିତ ହେବାକୁ ଥିବା ସର୍ବଧର୍ମ ସମନ୍ୱୟ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହକାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗ୍ରାମର ସମସ୍ତ ନରନାରୀ, ଯୁବକ-ଯୁବତୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଏକାଠି ହୋଇ ଏକ ବିରାଟ

ଶୋଭାଯାତ୍ରାରେ ବାହାରିଥିଲେ। ଢୋଲ, ମୃଦଙ୍ଗ, ସଙ୍କୀର୍ତ୍ତନ ଓ ହରିବୋଲ ଧ୍ୱନିରେ ପୁରା ଗାଁ ପ୍ରକମ୍ପିତ ହୋଇଉଠିଥିଲା। ଶୋଭାଯାତ୍ରାଟି ଗ୍ରାମର ବିଭିନ୍ନ ଗଳିକନ୍ଦି ପରିକ୍ରମା କରି ଶେଷରେ ପୂଜାସ୍ଥଳରେ ପହଞ୍ଚିଥିଲା।ପୂଜାସ୍ଥଳରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହାପରେ ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ଶହ ଶହ ଦୀପ ପ୍ରଜ୍ୱଳନ କରି ବିଶ୍ୱ ଶାନ୍ତି ତଥା ଜଗତର ମଙ୍ଗଳ କାମନା କରିଥିଲେ। ଦୀପର ଆଲୋକରେ ପୁରା ପରିବେଶ ଅତ୍ୟନ୍ତ ମନୋରମ ଓ ଆଧ୍ୟାତ୍ମିକ ହୋଇ ଉଠିଥିଲା।ଏହି ମହାଯଜ୍ଞର ମୂଳ ଉଦ୍ଦେଶ୍ୟ ହେଉଛି ସର୍ବଧର୍ମ ସମନ୍ୱୟ ଓ ବିଶ୍ୱ ଶାନ୍ତି ପ୍ରତିଷ୍ଠା। ଆଗାମୀ ଦିନରେ ଏଠାରେ ବିଭିନ୍ନ ଧର୍ମର ସନ୍ଥ-ମହାତ୍ମାମାନଙ୍କ ସମାଗମ ହେବ ଏବଂ ବିଶ୍ୱ ଶାନ୍ତି ପାଇଁ ବିଶେଷ ଯଜ୍ଞ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ସମିତିର ସଦସ୍ୟା ଓ ଯୁବକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।