November 1, 2026

ଟିଙ୍ଗିପାଲି ଗ୍ରାମରେ ଅତିମାନସ ସାଧନାଳୟ ର ବାର୍ଷିକ ଉତ୍ସବ

IMG-20261101-WA0048
Share

 

 

ବରପାଲି, ୦୧/୧୧(ସୁଦାମ 7ଦୀପ) ବରପାଲି ନିକଟସ୍ଥ ଟିଙ୍ଗିପାଲି ଗ୍ରାମ ର ଅତିମାନସ ସାଧନାଳୟ ର ୨୭ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।

ଶ୍ରୀମା ଶ୍ରୀ ଅରବିନ୍ଦ ଙ୍କ ଫଟୋ ଚିତ୍ର ରେ ଧୂପ ଦ୍ଵୀପ ପ୍ରଜ୍ଵଳନ ପରେ ଦୂର୍ଗା ସ୍ତୋତ୍ର ପାଠ କରାଯାଇଥିଲା । ଏହା ପରେ ଏକ ସାରସ୍ୱତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରପାଲି ତହସିଲଦାର ରୁକ୍ମନ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ରାଧାକାନ୍ତ ମିଶ୍ର ଓ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ ଶ୍ରୀ ଅରବିନ୍ଦ ଙ୍କ ଅତି ମାନସ ଶକ୍ତି ଉପରେ ସରଳ ଭାଷାରେ ବକ୍ତବ୍ୟ ରଖି ଥିଲେ । ଏହି ଅବସରରେ ଉକ୍ତ ଅନୁଷ୍ଠାନ ର ଜମି ପଟ୍ଟା କୁ ତହସିଲଦାର କର୍ମ କର୍ତ୍ତା ଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯକ୍ରମ କୁ ସୁବୋଧ କୁମାର ମହାରଣା ପରିଚାଳନା କରିଥିବା ବେଳେ ଜ୍ୟୋତିର୍ମୟୀ ମହାରଣା ମାତୃ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବରପାଲି ଶ୍ରୀ ଅରବିନ୍ଦ ପାଠଚକ୍ର ସମେତ ବହୁ ମାତୃ ପ୍ରେମୀ ଯୋଗ ଦେଇଥିଲେ।