November 1, 2026

ଶ୍ୟାମସୁନ୍ଦର ଆଦର୍ଶ ବିଦ୍ୟାପୀଠରେ ସମ୍ବର୍ଦ୍ଧନା ସମାରୋହ

IMG-20261101-WA0041
Share

 

 

ଭୀମପଡା( ଉପାନ୍ତ ଖବର ମାନସ ରଞ୍ଜନ କର)ତା ୧/୧୧(ଆ.ପ୍ର.) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ସନ୍ନିକଟ ଡାବରଧୂଆପାଟଣା ଗ୍ରାମରେ ପ୍ରତିଷ୍ଠିତ ଶ୍ୟାମସୁନ୍ଦର ଆଦର୍ଶ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ମଙ୍ଗରାଜଙ୍କ ଗତ ଅକ୍ଟୋବରମାସ ୩୧ତାରିଖରେ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ପ୍ରାକ୍ତନ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପରମଗୁରୁ, ବୋଲଗଡ଼ ବ୍ଳକର ପ୍ରାକ୍ତନ ଅଧ୍ୟକ୍ଷ ତଥା ପିଣ୍ଡିକିଶ୍ରୀଚନ୍ଦନ ସ°ଗ୍ରହାଳୟର ପ୍ରତିଷ୍ଠାତା ଅକ୍ଷୟ କୁମାର ପଟ୍ଟନାୟକ, ଡାବରଧୁଆ ପାଟଣାର ସରପଞ୍ଚ ବିଜୟ କୁମାର ସେଠୀ, ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଗୁଲାମନବୀ ତରଫଦାର, ସତ୍ୟବାଦୀ ଚୌଧୁରୀ , ଦାଶରଥି ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଧର ସାହୁ,ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଫକୀର ଫତେସିଂହ, ଐତିହାସିକ ରବୀନ୍ଦ୍ର କୁମାର ପରିଡା,ବିଦାୟୀ ପ୍ରଧାନଶିକ୍ଷକଙ୍କ ସହଧର୍ମିଣୀ ସରୋଜିନୀ ପାଲଟସି°ହ, ବୋଲଗଡ଼ ଅବସରପ୍ରାପ୍ତ କର୍ମଚାରୀ ସ°ଘର ବରିଷ୍ଠ ସଦସ୍ୟ, ବାଙ୍କନିଧି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହରଷ ଦେଇ, ଅବସର ପ୍ରାପ୍ତ କିରାଣୀ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଦୀର୍ଘ ୩ଦଶନ୍ଧିରୁ ଉର୍ଦ୍ଧ୍ବ କାଳ ଏହି ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରି ବହୁ ସ୍ୱନାମଧନ୍ୟ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ି ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇ ଜଣେ ସ°ଗ୍ରାହକ , ବୃକ୍ଷ ଓ ପରିବେଶ ପ୍ରେମୀ, ଶାନ୍ତଶିଷ୍ଟ ମଣିଷ ହିସାବରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବାରୁ ମଞ୍ଚାସୀନ ଅତିଥିଗଣ ବିଦାୟୀ ଶିକ୍ଷକ ଭାସ୍କର ଚନ୍ଦ୍ର ମଙ୍ଗରାଜଙ୍କ ସୁଦୀର୍ଘ ଓ ନୀରୋଗ ଜୀବନ କାମନା କରିଥିଲେ। ଉକ୍ତ ସଭାରେ ବୋଲଗଡ଼ର ସମାଜସେବୀ ବରିଷ୍ଠ ଅଧିବକ୍ତା ବୀର ଦାସ, ଶେଖ୍ ଆରିଫୁଦ୍ଦିନ, ଲଲାଟେନ୍ଦୁ ସିଂହ, ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁ, ଭିକାରୀ ପୁଷ୍ଟି, ଶିକ୍ଷକ ସୁକାନ୍ତ କୁମାର ଜେନା, କିଶୋର ଚନ୍ଦ୍ର ଦାସ, ମନମୋହନ କହଲସି°ହ,ଦର୍ପ ନାରାୟଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ।ଗଡମାଣତୀର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପୁରାତନ ଛାତ୍ର ରମେଶ କୁମାର ସାହୁ ସ°ଯୋଜନା କରିଥିଲେ। ଶିକ୍ଷୟିତ୍ରୀ ସରୋଜିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ପୁରାତନ ଛାତ୍ର ଛାତ୍ରୀମାନେ ବିଦାୟୀ ଗୁରୁଜୀଙ୍କୁ ଡାବରଧୁଆ ପାଟଣା ଗ୍ରାମ ଓ ବୋଲଗଡ଼ ବଜାର ପରିକ୍ରମା କରାଇ ସ୍ୱଗୃହ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।