November 1, 2026

ଏହି ସମ୍ପର୍କରେ କୃଷ୍ଣନଗର, ପାରଳାଖେମୁଣ୍ଡିର ଶ୍ରୀ ଭୀମସେନ ପଣ୍ଡା ଓ ଅନ୍ୟ ବାସିନ୍ଦାଙ୍କ ପକ୍ଷରୁ ଦାଖଲ

IMG-20261101-WA0024
Share

ଏହି ସମ୍ପର୍କରେ କୃଷ୍ଣନଗର, ପାରଳାଖେମୁଣ୍ଡିର ଶ୍ରୀ ଭୀମସେନ ପଣ୍ଡା ଓ ଅନ୍ୟ ବାସିନ୍ଦାଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଜପତି ଡିଭିଜନାଲ ଫରେଷ୍ଟ ଅଫିସରଙ୍କ ନିକଟକୁ ପଠାଯାଇଥିଲା। ଏଥିସହ ନିୟମ ଅନୁଯାୟୀ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମଧ୍ୟ ରହିଥିଲା।

ଏହି ଚିଠିର ନକଲ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ, ତହସିଲଦାର, ଅଗ୍ନିଶମ ଅଧିକାରୀ ଏବଂ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଯାଇଥିଲା।

ତେବେ ୨୦୧୭ ମସିହାରେ ସରକାରୀ ସ୍ତରରେ ଚିଠି ଜାରି ହୋଇଥିବା ସତ୍ତ୍ୱେ ଦୀର୍ଘ ବର୍ଷ ପରେ ମଧ୍ୟ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ଏହି ବିଷୟକୁ ନେଇ ପୁଣିଥରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଘଟଣାକୁ ଗୁରୁତ୍ୱର ସହ ନେଇ ଏହାର ତୁରନ୍ତ କାର୍ଯ୍ୟକାରିତା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

କୃଷ୍ଣନଗର ବାସିନ୍ଦାଙ୍କ ପକ୍ଷରୁ ଶ୍ରୀ ଭୀମସେନ ପଣ୍ଡାଙ୍କ ସମେତ ମୋଟ ୧୧ ଜଣ ଏହି ଆବେଦନରେ ସ୍ୱାକ୍ଷର କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରେ କେଶବ ଚନ୍ଦ୍ର, ଜି. ଆପଲା ରାଜୁ, କେ.ସି. ମହାପାତ୍ର, ଦିଲୀପ କୁମାର ସାମଲ, ତପନ କୁମାର ରଣା, ରଞ୍ଜିତା ରାଣୀ ନାୟକଙ୍କ ସମେତ ଅନ୍ୟମାନେ ରହିଛନ୍ତି।

ଏବେ ସମସ୍ତଙ୍କ ନଜର ସମ୍ପୃକ୍ତ ବିଭାଗର ପରବର୍ତ୍ତୀ ପଦକ୍ଷେପ ଓ ଦୀର୍ଘଦିନର ଦାବି କେବେ ପୂରଣ ହେଉଛି ତାହା ଉପରେ ରହିଛି।

You may have missed