ଉମରକୋଟ ଠାରେ ଗାନ୍ଧୀ ଜୟନ୍ତୀରେ ସ୍ବଛ୍ଛତା ଅଭିଯାନ ସହ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା…….
ଉମରକୋଟ :- (ଏମ.ଦୀନା°ଶୁ ଆଚାରୀ) ନବରଂଗପୁର ଜିଲ୍ଲା ଉମରକୋଟ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ବଛ୍ଛତା ଅଭିଯାନ ସହ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତୀ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ।
ସ୍ବଛ୍ଛତା ଅଭିଯାନ ହେଉଛି ଭାରତ ସରକାରଙ୍କ ଏକ ଜାତୀୟ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଯାହା ଦେଶକୁ ପରିସ୍କାର ଓ ସ୍ବଛ୍ଛ ରଖିବା ପାଇଁ ଉଦ୍ଧିଷ୍ଠ, ଏହି ଅଭିଯାନ ମହାତ୍ମା ଗାନ୍ଧିଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ୨ ଅକ୍ଟୋବର ୨୦୧୪ ରେ “ସ୍ବଛ୍ଛ ଭାରତ ଅଭିଯାନ” ଭାବେ ପ୍ରଥମ ଅରମ୍ଭ ହୋଇଥିଲା, ସେହିଦିନ ଠାରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଭାବେ ଅବିରତ ଚାଲିଆସିଛି ସ୍ଥାନିୟ ପ୍ରଶାସନ ତରଫରୁ ଦେଶବ୍ୟାପି ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରାଯାଉଅଛି ସହିଭଳି ଉମରକୋଟ ପୌରପରିଷଦ ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିର ନିକଟରୁ ଉଭୟ ଝରିଗାଁ ରୋଡ ଏବଂ ରାଇଘର ରୋଡରେ ଏହି କାର୍ଯ୍ୟକ୍ରମ କରାଯିବା ସହ ଜାତୀର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏଥିରେ ସ୍ଥାନିୟ ପ୍ରଶାସନ ତଥା ପୌରପରିଷଦ,ବ୍ଲକ, ସ୍ବାସ୍ଥ୍ୟ ବିଭାଗ ସହ ସ୍ବୟଂସେବକ ସଂଘ ର ମିଳିତ ଭାବେ ମାନ୍ୟବର ମନ୍ତ୍ରୀଙ୍କ ସହ ଭାଜପାର ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ,ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ କୁମାର ଆଚାର୍ଯ୍ୟ,ମଣ୍ଡଳ ସଭାପତି ସନ୍ତୋଷ ଶର୍ମା,ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକଙ୍କ ସହ ଭାଜପାର ସମସ୍ତ କର୍ମୀ ସାମିଲ ହୋଇଥିଲେ। ତାସତ୍ବେ ମଧ୍ୟାହ୍ନ ସମୟରେ ଆୱାର୍ଡ ନଂ ୧୪ ଅନ୍ତର୍ଗତ ଆଶ୍ରୟ ସ୍ଥଳି ଠାରେ “ସେବା ସଙ୍କଳ୍ପ ଅଭିଯାନ” ଉପଲକ୍ଷେ ମାନ୍ୟବର ମନ୍ତ୍ରୀଙ୍କ ତରଫରୁ ପୌରପରିଷଦର ସମସ୍ତ ସଫେଇ କର୍ମଚାରୀଙ୍କୁ ତଥା ମହିଳାଙ୍କୁ ଶାଢୀ ଏବଂ ପୁରୁଷ କର୍ମଚାରୀଙ୍କୁ ଉପଢୌକନ ଓ ଉପଶମ ସହାୟତା ସାମଗ୍ରି ବାଣ୍ଟି ସମ୍ବର୍ଦ୍ଧିତ କରିଥିଲେ ।
