ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ
ବରପାଲି – ୨୨/୯(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଶୋଚନୀୟ ଅବସ୍ଥା ବୋଲି ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି l ଅଭିଯୋଗ ଅନୁସାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅଞ୍ଚଳ ବାସୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଚିକିତ୍ସା କେନ୍ଦ୍ର ହୋଇଥିଲେ ମଧ୍ୟ ଆବଶ୍ୟକୀୟ ଡାକ୍ତର, ନର୍ସ ନଥିବାରୁ ଏହାର ସେବା କେନ୍ଦ୍ର ବାଧାପ୍ରାପ୍ତ ହୋଇଛି l ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂପାଦକ ଭବାନୀ ସାହୁ କହିଛନ୍ତି ଯେ, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନବନିର୍ମିତ କୋଠରି, ଅପରେସନ ଥିଏଟର ଓ ଫାର୍ମାସୀ ବିଲଡିଂହ ପ୍ରସ୍ତୁତ ହୋଇ ରହିଛି l ତେବେ ଏଗୁଡ଼ିକ ଲୋକଙ୍କ ସେବାରେ ନିୟୋଜିତ କରିବା ପାଇଁ ଉଦ୍ଘାଟନ କାହିଁକି ହେଉନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି l ନବ ନିର୍ମିତ ଭିତ୍ତି ଭୂମିକୁ ଶୀଘ୍ର ଲୋକାର୍ପଣ କରି ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଆବଶ୍ୟକ l ନଚେତ ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି l ଏହି ଅବସରରେ ଅସିତ ସାହୁ, ବୀରେନ କୁମାର ରଣା, ସତ୍ୟ ବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
