ଜାଂଗେଡ ଗ୍ରାମ ପରିଦର୍ଶନ କରି ଗ୍ରାମବାସୀକଂ ସହ ଆଲୋଚନା କଲେ ବିଧାୟକ
ଆଜି ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମକୁ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ | ଗାଁର ବିଭିନ୍ନ ଅଞ୍ଚଳିକ ସମସ୍ୟା ସହ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ୟା ବାବଦରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ |ଆଲୋଚନା ସମୟରେ ମଣ୍ଡଲ ସଭାପତି ବିକାଶ ଗଡତିଆ,ମଣ୍ଡଲ ସମ୍ପାଦକ ଅଶୋକ ମହାକୁର ,ଆତ୍ମା ଅଧ୍ଧକ୍ଷ ମିଳନ ସେଟ କଂ ସମେତ କେତେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ତିତ ଥିଲେ |
