ଆଦର୍ଶ ଶିକ୍ଷକ ଶଶୀଭୂଷଣ ନାୟକ ଙ୍କ ବିୟୋଗରେ ଶୋକ
ତିର୍ତ୍ତୋଲ ତା 18/9/2026 ତିର୍ତ୍ତୋଲବ୍ଲକ ସଅଁରା ପଞ୍ଚାୟତ ଅଧିନ ସଂକେତପାଟଣା, ଅରଣ ଗ୍ରାମର ସ୍ବର୍ଗତ ଗୁଣନିଧି ନାୟକ ଓ ତିଳୋତ୍ତମା ଦେବୀ ଙ୍କ ପୁତ୍ର ଛାତ୍ରବତ୍ସଳ, ଆଧ୍ୟାତ୍ମିକବାଦୀ ଆଦର୍ଶ ଶିକ୍ଷକ ଶଶୀଭୂଷଣ ନାୟକ ଙ୍କର 84 ବର୍ଷ ବୟସ ରେ ପରଲୋକ ହୋଇଯାଇଛି l ସେ କସରଦା ଉଚ୍ଚବିଦ୍ୟାଳୟ ଓ ବାଟମଙ୍ଗଳା ଉଚ୍ଚବିଦ୍ୟାଳୟ ରେ ଦୀର୍ଘ 35 ବର୍ଷଧରି ଶିକ୍ଷକତା କରି ଜଣେ ନିରାଡ଼ମ୍ବର, ପରୋପକାରୀ ଓ ବିଦ୍ୱାନ ଶିକ୍ଷକ ଭାବରେ ସୁନାମ ଓ ସୁଖ୍ୟାତି ଅର୍ଜ୍ଜନ କରିଥିଲେ l ତାଙ୍କର ଦେହାନ୍ତ ଖବର ପ୍ରଚାରିତ ହେବାପରେ, ତାଙ୍କ ସାନଭାଇ ମହେନ୍ଦ୍ର କୁମାର ନାୟକ, ଡଃ ଶୁଭେନ୍ଦୁ ନାୟକ, ପୁତୁରା ଡ଼ କେଦାରନାଥ ନାୟକ, ଇଂ ଆଖଣ୍ଡଳ ନାୟକ ଙ୍କ ସମେତ ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସଅଁରା ସରପଞ୍ଚ ବିକ୍ରମକେଶରୀ ସ୍ୱାଇଁ, ସମିତିସଭ୍ୟ ବିକ୍ରମ କିଶୋର ଦାଶ, ପୂର୍ବତନ ସରପଞ୍ଚ ମୃଣ୍ମୟ ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନୃସିଂହ ଚରଣ ନାୟକ, ଶିକ୍ଷାବିତ ସୁନାକର ନାୟକ, ଶିକ୍ଷକ ନରୋତ୍ତମ ଭୂୟାଁ, ସମାଜସେବୀ ନିହାର ରଞ୍ଜନ ମହାନ୍ତି, ଶରତ ବଲ୍ଳଭ ଦାଶ, ସୋମନାଥ ସ୍ୱାଇଁ ଙ୍କ ସମେତ ବଟମଙ୍ଗଳା ହାଇସ୍କୁଲ ର ବହୁ ଶିକ୍ଷକ, ପୁରାତନ ଛାତ୍ର ଓ ଉଭୟ ପଞ୍ଚାୟତ ର ଶୋକାଭିଭୂତ ଜନସାଧାରଣ ଅନ୍ତେଷ୍ଟକ୍ରିୟା ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଵା ବେଳେ ବଡ଼ପୁଅ ପ୍ରଦୀପ କୁମାର ନାୟକ ମୁଖାଗ୍ନି ଦେଇଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
