August 11, 2026

ତେର ବର୍ଷ ହେଲା ଟଙ୍କାଟିଏ ନଦେଇ ମେଡିକାଲର ଏକ ଘର ମାଡିବସିଛନ୍ତି ପଥୋଲୋଜି ମାଲିକ

IMG-20260811-WA0061
Share

 

 

ବେଲଗୁଣ୍ଠା,୧୦/୦୮,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର -୧ ପରିସରରେ ଏକ ଘରକୁ ୨୦୧୩ ରୁ ଜଣେ ପାଥୋଲୋଜି ମାଲିକ ମାଡ଼ି ବସିଛନ୍ତି। ସେ ୨୦୧୩ ରେ ଓଟିଟିଇଟି ମାଧ୍ୟମରେ ଏକ ଘରକୁ ସେ ହାତେଇଥିଲେ। ସେଠାରେ ପାଥୋଲୋଜି ପରୀକ୍ଷାରେ ଯାହା ପ୍ରାପ୍ୟ ଆଦାୟ ହେବ ସେଥିରୁ ସେ ଅଧା ରୋଗୀ କଲ୍ୟାଣ ସମିତିକୁ ଦେବା ପାଇଁ ଚୁକ୍ତି କରିଥିଲେ। ସେହି ସମୟରେ ଓଟିଟିଇଟି ସଂସ୍ଥା ପ୍ରତ୍ୟେକ ମେଡିକାଲରେ ଗୋଟିଏ ଗୋଟିଏ କୋଠରୀ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ ହୋଇନଥିଲା। ତେଣୁ ସଂସ୍ଥା ମାଧ୍ୟମରେ ଯେଉଁ ମାନେ ଘର ଗୁଡ଼ିକୁ ହାତେଇଥିଲେ ସେମାନେ ପରବର୍ତ୍ତୀ ସମୟରେ ଘର ଗୁଡ଼ିକୁ ଛାଡ଼ି ଦେଇଥିଲେ। କିନ୍ତୁ ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। । ମେଡ଼ିକାଲ ସମ୍ମୁଖରେ ମା ତାରା ତାରିଣୀ ପାଥୋଲୋଜି କରିଥିବା କାଶୀନାଥ ଦାସ ନାମକ ଜଣେ ବ୍ୟକ୍ତି ୨୦୧୩ ରୁ ମେଡିକାଲ ପରିସରରେ ଏକ ଘର ରଖି ସେଠାରେ ସେ ପାଥୋଲୋଜିର ବିଭିନ୍ନ ସାମଗ୍ରୀ ସହ ଇସିଜି ରଖି ରୋଗୀଙ୍କ ପରୀକ୍ଷା କରୁଛନ୍ତି। ଏହା ସରକାରୀ ଭାବେ ବେଆଇନ୍ ହୋଇଥିଲେ ମଧ୍ୟ ଶ୍ରୀ ଦାସ ମେଡ଼ିକାଲ ପରିସରରେ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି। କିନ୍ତୁ ସେ ରୋଗୀ କଲ୍ୟାଣ ସମିତି କିମ୍ବା ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଟଙ୍କାଟିଏ ମଧ୍ୟ ଆଜି ପର୍ଯ୍ୟନ୍ତ ଦେଇନଥିବା ମେଡ଼ିକାଲ ସୂତ୍ରରୁ ଜଣପଡିଛି। ସେ ରୋଗୀ କଲ୍ୟାଣ ସମିତିକୁ ୫୦ ପ୍ରତିଶତ ଏବଂ ଘର ଭଡ଼ା ବାବଦକୁ ଭଡା ପ୍ରାପ୍ୟ ଟଙ୍କା ଦେବା କଥା। ଯାହା ଦ୍ଵାରା ସେ ତେର ବର୍ଷରେ ପାଖାପାଖି ଦଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମେଡ଼ିକାଲ ର ବାକି ଥିବା ବେଳେ ତୁରନ୍ତ ସେହି ସଂସ୍ଥା ଠାରୁ ଅର୍ଥ ଆଦାୟ କରି ଘରଟିକୁ ମେଡ଼ିକାଲକୁ ହସ୍ତାନ୍ତର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ