କୁଜଙ୍ଗ ରେ ତ୍ରିରଙ୍ଗା ଶୋଭାଯାତ୍ରା..
ଭାରତ ବର୍ଷ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିର୍ଦେଶ କ୍ରମେ ଅଗଷ୍ଟ 9 ରୁ 17 ପର୍ଯନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଆଜି କୁଜଙ୍ଗ ରେ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହିତ ଆମର ପୂର୍ବଜ ମାନଙ୍କ ବୀରତ୍ଵ ର ଗାଥା ଓ ଦେଶ ସ୍ୱାଧୀନ ହେବାରେ ସେମାନଙ୍କର ବଳିଦାନ କୁ ମନେ ପକାଇବା ପାଇଁ ଆଜି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ କୁଜଙ୍ଗ ସରପଂଚ ବନ୍ଦିତା ଦାସ, ଗୋପିଆକୁଦ ସରପଂଚ ଶ୍ରୀନିବାସ ସ୍ୱାଇଁ, କୁଜଙ୍ଗ ମଣ୍ଡଳ ସଭାପତି ରଂଜନ କୁମାର ବାରିକ , ରାଜେନ୍ଦ୍ର ନାରାୟଣ ଦାସ,ମନ୍ତ୍ରୀ ଙ୍କ ପ୍ରତିନିଧି ଦିଲ୍ଲୀପ ବେହେରା, କୁଜଙ୍ଗର ବୁଦ୍ଧିଜୀବୀ ଓ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ,ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
