August 11, 2026

ଝାରବନ୍ଧରେ ତ୍ରିରଙ୍ଗା ରେଲି

IMG-20260810-WA0120
Share

ବରପାଲି – ୧୦/୮(ସୁଦାମ ଦୀପ ) ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଓ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଏକ ବିଶାଳ ତ୍ରିରଙ୍ଗା ରେଲି ଅନୁଷ୍ଠିତ ହୋଇଯାଇଛି । ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି ରେଲିରେ ସ୍ନାତକ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କଲେଜ ପରିସର ରୁ ଯାତ୍ରା ବାହାରି ଝାରବନ୍ଧ ଜଗନ୍ନାଥ ମନ୍ଦିର ଯାଏଁ ଯାଇଥିଲା ଓ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲା । ସମଗ୍ର ୪ କିମି ରୁ ଉର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରିଥିବା ଏହି ଯାତ୍ରାରେ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଓ ମୁଖରେ ଭାରତମାତା ର ଜୟଘୋଷରେ ଝାରବନ୍ଧ ଅଞ୍ଚଳ ମୁଖରିତ ହୋଇପଡ଼ିଥିଲା । ସମସ୍ତଙ୍କ ମନରେ ଦେଶ ମାତୃକାର ଭାବନା ଜାଗୃତ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ରାଲି ସମସ୍ତଙ୍କ ସମର୍ଥନରେ ସଫଳ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଭୟ କଲେଜର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରି ରେଲିକୁ ସୁପରିଚାଳନା ଓ ସୁବ୍ୟବସ୍ଥିତ ତଥା ସଫଳ କରିବାରେ ସହଯୋଗ କରିଥିଲେ । ଉକ୍ତ ରେଲିକୁ ଶାନ୍ତି ଶୃଙ୍ଖଳା ସହ କରିବା ପାଇଁ ଝାରବନ୍ଧ ଥାନା ଆଇଆଇସି ଓ ଥାନା କର୍ମଚାରୀ ପରିଚାଳନା କରିଥିଲେ । ରେଲି ର ଭବ୍ୟତା ଓ ସୁନ୍ଦରତା କୁ ନେଇ ଝାରବନ୍ଧ ଅଞ୍ଚଳରେ ଚର୍ଚ୍ଚା ହେଉଥିବାର ଦେଖାଯାଇଛି ।