August 11, 2026

ଭାଇଙ୍କ ସ୍ମୃତିରେ ବୃଦ୍ଧାଶ୍ରମରେ ଖାଦ୍ୟ, ବସ୍ତ୍ର ଓ ମିଠା ବାଣ୍ଟିଲେ ପ୍ରଧାନଶିକ୍ଷୟିତ୍ରୀ

IMG-20260810-WA0101
Share

ଭଞ୍ଜନଗର ବ୍ଳକ୍ ବଡ଼କୋଦଣ୍ଡା କ୍ଲଷ୍ଟରର ବଡ଼କୋଦଣ୍ଡା ନୂଆସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତି ସସ୍ମିତା ରାଣୀ ତ୍ରିପାଠୀ ନିଜ ଭାଇ ସଞ୍ଜୀବ କୁମାର ତ୍ରିପାଠୀଙ୍କ ସ୍ମୃତିରେ ବଡ଼କୋଦଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଦାନନ୍ଦ କୁଷ୍ଠରୋଗୀ ରିଲିଫ୍ କେନ୍ଦ୍ର ଅନ୍ତେବାସୀଙ୍କ ମଧ୍ୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଅବସରରେ ସମସ୍ତ ଅନ୍ତେବାସୀଙ୍କୁ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରିବା ସହ ନିକଟରେ ରହୁଥିବା କିଛି ଗରିବ ପରିବାରକୁ ଖାଦ୍ୟ ବଣ୍ଟନ କରିଥିଲେ। ନିଜ ସାନ ଭାଇ ସ୍ଵର୍ଗତ ସଞ୍ଜିବ କୁମାର ତ୍ରିପାଠୀଙ୍କ ଇହଲୀଳା ସମ୍ବରଣର ସ୍ମୃତି ଉଦ୍ଦେଶ୍ୟରେ ପରିବାର ଓ ବନ୍ଧୁ ବର୍ଗ ପକ୍ଷରୁ, ଭଉଣୀ: ସସ୍ମିତା ରାଣୀ ତ୍ରିପାଠୀ, ଭାଇ: ମନୋଜ କୁମାର ତ୍ରିପାଠୀ, ମାମୁଁ- ଅଜା: ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ଭଣଜା: ଶୁଭେନ୍ଦୁ ଶେଖର ରଥଙ୍କ ଆଗ୍ରହ ଓ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଡ଼କୋଦଣ୍ଡା କ୍ଲଷ୍ଟର ସଂଯୋଜକ ଦ୍ବିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା ଏବଂ ସଂଯୋଜନା ତଥା ବିପଦର ବନ୍ଧୁ ଓଡ଼ିଶା, ଭଞ୍ଜନଗର, ଗଞ୍ଜାମ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟ ଅରକ୍ଷିତ ପରିଛା, ଗଣେଶ ପ୍ରଧାନ, ଶୁଭମ୍ ପାତ୍ର, ଅମିତ୍ ଚୌଧୁରୀ, ସାଇରାମ୍ ଆଚାରୀ, ଶିବରାମ ପ୍ରଧାନ, ପ୍ରକୃତି ପ୍ରେମୀ ଶୁଳପାଣୀ ଶତପଥୀ, ସେବା ନିବୃତ କ୍ୟାପଟେନ୍ ମହେନ୍ଦ୍ର ସ୍ଵାଇଁ, ନେଟଙ୍ଗା ସବୁଜ ବାହୀନି ର ସଦସ୍ୟ କେଦାର ଲେଙ୍କା ଓ ରବିନ୍ଦ୍ର ଡାକୁଆ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଭଞ୍ଜନଗର ଶାଖା ପକ୍ଷରୁ ପରିଚାଳିକା ସନ୍ତୋଷିନୀ ଭଉଣୀଙ୍କ ତତ୍ତ୍ଵାବଧାନରେ ନିଶା ନିବାରଣ ଉପରେ ବାର୍ତ୍ତା ପ୍ରଦାନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ