August 10, 2026
ajiro khabar
Share

 

 

୧-ଭୁବନେଶ୍ୱର:ପଞ୍ଚାୟତ ଗୁଡ଼ିକୁ ମିଳିବ ଦୁଇ ଗୁଣା ପାଣ୍ଠି,୧୫ ତାରିଖ ସୁଦ୍ଧା ଜିପିଡିପି ଅପଲୋଡ଼ କରିବାକୁ ନିର୍ଦ୍ଦେଶ।

 

୨-IIRF ରାଙ୍କିଂ-୨୦୨୬ରେ ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜ,SCB ୧୫ତମ ସ୍ଥାନରେ,ଭିମସାର ୬୪ରେ ଓ MKCG ୭୪ତମ ସ୍ଥାନରେ ରହିଛି।

 

୩-ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

 

୪-ଭୁବନେଶ୍ୱର : ପଛକୁ ପଛ ବଙ୍ଗୋପସାଗରରେ ଆସୁଛି ଦୁଇ ଦୁଇଟି ଲଘୁଚାପ, ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ବଢିଲାଣି ଚିନ୍ତା।

 

୫-ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ।

 

୬-ଭୁବନେଶ୍ୱର:ଏକାମ୍ରରେ କାଉଡ଼ିଆଙ୍କର ଭିଡ଼,ଆଜି ୧୫ ହଜାରରୁ ଉର୍ଦ୍ଧ୍ବ କରିବେ ଜଳଲାଗି।

 

୭-ଭୁବନେଶ୍ୱର:କିସରେ ପାଳିତ ହେଲା ବିଶ୍ୱ ଜନଜାତି ଦିବସ, ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଡ. ଅଚ୍ୟୁତ ସାମନ୍ତ।

 

୮-ରାଜ୍ୟର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଉ : ନବୀନ ପଟ୍ଟନାୟକ।

 

୯-ବାଲେଶ୍ଵର:ଥାନାରୁ ବାଇକ୍ ବିକ୍ରି ଘଟଣା, ସବୁ ସତ ମାନିଲା କବାଡ଼ିଆ, ଧରା ପଡ଼ିଗଲା IICଙ୍କ ମିଛ।

 

୧୦-ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ।

 

୧୧-ରେଭେନ୍ସା ଅଧ୍ୟାପକ ସଂଘ ଓ ବିଧାୟକଙ୍କ ବିବାଦ: ସମାଧାନ ହେବା ବଦଳରେ ତେଜୁଛି।

 

୧୨-ଛତ୍ରପୁର:କାଳିଆବାଲି ଛକରେ ଓଲଟିଲା କାଉଡିଆଙ୍କୁ ନେଇ ଯାଉଥିବା ଟାଟା ଏସି, ୧୩ ଜଣ ଆହତ।

 

୧୩-କଲମ୍ବୋ:ଗିଲ୍ ଫିଟ୍,ଫର୍ମକୁ ଫେରିଲେ ଜୈସ୍ବାଲ, ଅଭ୍ୟାସ ମ୍ୟାଚ୍ ଜିତିଲା ଭାରତ।

 

୧୪-ଝାଡ଼ଖଣ୍ଡ ସରକାର-ଛାତ୍ରନେତା ଆଲୋଚନା ବିଫଳ।ଫଳରେ ଛାତ୍ର ଆନ୍ଦୋଳନ ଜାରି ରହିବ।

 

୧୫-୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ।

 

୧୬- NALSAR, ହାଇଦ୍ରାବାଦ:CJI ସୂର୍ଯ୍ୟକାନ୍ତଙ୍କୁ ୪୫୦ ଛାତ୍ରଛାତ୍ରୀଙ୍କ ବିରୋଧ: ମୁଖ୍ୟ ଅତିଥି କରି ନ ଡାକିବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ।

 

୧୭-କୋଲକାତା:ମମତାଙ୍କ କାରକେଡ୍‌ ଉପରେ ଆକ୍ରମଣ, ଜୋତା ଓ କାନ୍ଦୁଅ ଫିଙ୍ଗିଲେ ପ୍ରତିବାଦକାରୀ, ବିଜେପିର ନିନ୍ଦା

 

୧୮-ନୂଆ ଦିଲ୍ଲୀ:୪ ବର୍ଷରେ ବଢ଼ିବ ୫ ହଜାର ପିଜି ମେଡିକାଲ ସିଟ୍,୫୦୨୩ ନୂଆ MBBS ସିଟ୍ ବୃଦ୍ଧିକୁ ମିଳିଲା ମଞ୍ଜୁରୀ।

 

୧୯-ହନିଟ୍ରାପ୍‌ରେ ଫସିଲେ ଭାରତୀୟ ବାୟୁସେନା ଅଧିକାରୀ ; ପାକିସ୍ତାନକୁ ଗୁପ୍ତ ତଥ୍ୟ ପ୍ରଦାନ ଅଭିଯୋଗରେ ହେଲେ ଗିରଫ।

 

୨୦-PoKରେ ପ୍ରଦର୍ଶନକାରୀଙ୍କ ଆଗରେ ନଇଁଲା ଶହବାଜଙ୍କ ଦଳ, ପୂର୍ବରୁ ଆତଙ୍କବାଦୀ କହୁଥିଲେ ଏବେ ଦେଶଭକ୍ତ କହିଲେ।

 

୨୧-ଟାଇଫୁନ୍ ‘ଡଲଫିନ୍’ ପାଇଁ ଚୀନ୍‌ରେ ହାଇଆଲର୍ଟ, ବାତିଲ୍‌ ହେଲା ୧୬୦୦ରୁ ଅଧିକ ବିମାନ।

 

୨୨-ହର୍ମୁଜ ଖୋଲିବାକୁ ଇରାନର କଠୋର ସର୍ତ୍ତ: ଆମେରିକା ନିଜ ବ୍ୟବହାର ସୁଧାରୁ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

You may have missed