ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବରପାଲି,୦୯/୮( ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ସାମ୍ବାଦିକ ସଂଘ ଓ ବରଗଡ଼ ଫାଇଟର ଗ୍ରୁପ୍ ଓ ଜଗନ୍ନାଥ କେନ୍ସର ଏଡ଼ ଫାଉଣ୍ଡେସନ ମୁମ୍ମାଇ ର ମିଳିତ ଆନୁକୁଲ୍ୟରେ ବରପାଲି ଅଗ୍ରସେନ ଭଵନ ମାରୱାଡି ଧର୍ମଶାଳା ଠାରେ ଏକ ମାଗଣା କର୍କଟ ରୋଗ ନିରୂପଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ରବିବାର ଅନୁଷ୍ଟିତ ଏହି ଶିବିର ରେ କେନ୍ସର, ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ, ଅସ୍ତିସଲ୍ୟ, ସର୍ଜରୀ, ମେଡ଼ିସିନ ବିଭାଗ ର ଡାକ୍ତର ମାନେ ଆସି ରୋଗୀ ମାନଙ୍କୁ ଚିକିତ୍ସିତ କରିଥିଲେ।ଓଡ଼ିଶା ର ବିଶିଷ୍ଟ କର୍କଟ ରୋଗ ଚିକିତ୍ସକ ଡାକ୍ତର ଦିଲ୍ଲୀପ କର, ଡାକ୍ତର ରାମ କ୍ରିଷ୍ଣ ପାଠୀ, ଡାକ୍ତର ଲକ୍ଷ୍ମୀ ଚନ୍ଦ୍, ଡାକ୍ତର ଶିବାଶିଶ ବେହେରା, ଡାକ୍ତର ଦୂର୍ଗା ସାହୁ ପ୍ରମୁଖ ଯୋଗ ଦେଇ ରୋଗ ନିରୂପଣ କରି ମାଗଣା ରେ ଔଷଧ ବଣ୍ଟନ କରାଯାଇଥିଲା । ପ୍ରାରମ୍ଭ ରେ ବରପାଲି ସାମ୍ବାଦିକ ସଂଘ ର ସଭାପତି ଚିତ୍ତରଞ୍ଜନ ସାହୁ, ବରିଷ୍ଠ ସଭ୍ୟ ବାଲ କିଶୋର ଖାଡ଼ଙ୍ଗା, ଅକ୍ଷୟ ଭୋଇ, ଦାସରଥୀ ମେହେର, ସୁବୋଧ ସାହୁ ପ୍ରମୁଖ ଡାକ୍ତର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ବରଗଡ଼ ର ଫାଇଟର ଗ୍ରୁପ୍ ର ଅଶ୍ୱିନୀ ଦର୍ଜୀଙ୍କ ସମେତ ବହୁ କର୍ମ କର୍ତ୍ତା ଓ ସଦସ୍ୟ,ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ଶିବିର ର ରେ ଶତାଧିକ ରୋଗୀ ଙ୍କ ଚିକିତ୍ସା କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା।
