July 1, 2026
ajiro khabar
Share

 

 

୧-ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ; ୫ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

 

୨-ଭୁବନେଶ୍ୱର:ଖୋଲିବ ଆଉ ୭ଟି ନର୍ସିଂ କଲେଜ, କେନ୍ଦ୍ର ସରକାର ପ୍ରତି ନର୍ସିଂ କଲେଜ ପାଇଁ ୬କୋଟି ବଜେଟ ରଖିଛନ୍ତି। ରାଜ୍ୟ ସରକାର ଦେବେ ୪ କୋଟି।

 

୩-ଭୁବନେଶ୍ୱର:ଆଉ ୩ ଦିନ ବଢ଼ିଲା ରବି ଧାନ କିଣା ଅବଧି, ଗତ କାଲି ଥିଲା ଧାନ କିଣାର ଶେଷ ଦିନ।

 

୪-ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋଗୀ ସେବା ବନ୍ଦ,୧୦ ଦଫା ଦାବି ନେଇ ଓମସାର ଆନ୍ଦୋଳନ।ଓମସା ଦାବିକୁ ସମର୍ଥନ ଜଣାଇଲା SCB ଜୁନିଅର ଡ଼ାକ୍ତର ସଂଘ।

 

୫-କନ୍ଧମାଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ରାୟ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, ପୀଡ଼ିତ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ।

 

୬-ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ଅକ୍ଷମଣୀୟ ତ୍ରୁଟି, ଲେଖାଯାଇଛି ପାଣ୍ଡବ ଓ କୌରବଙ୍କ ଭିତରେ ହୋଇଥିଲା କବାଡ଼ି ଖେଳ ଓ ଯୁଧିଷ୍ଠିରଙ୍କୁ ଚାପୁଡ଼ା ମାରିଥିଲେ ଦୁଃଶାସନ!

 

୭-ପଞ୍ଚମ ସାହିତ୍ୟ ବହିରେ ଲେଖା ଅଛି :ପଠାଣୀ ସାମନ୍ତ ଆଗୁଆ ନିଜ ମୃତ୍ୟୁ ଦିନ ଆକଳନ କରି ପୁରୀ ଚାଲିଯାଇଥିଲେ,ଶେଷରେ ନୀଳଚକ୍ରକୁ ଚାହିଁ ତାଙ୍କ ଜୀବନ ଯାଇଥିଲା!

 

୮-ଶିଶୁ କଲ୍ୟାଣକୁ ନେଇ ସରକାରଙ୍କ ଫୋକସ୍‌; ଆରମ୍ଭ ହେଲା ୫ ଦିନିଆ ଟ୍ରେନିଂ, CWC ସଦସ୍ୟଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ।

 

୯-ଭିଜିଲାନ୍ସ ଜାଲରେ ଭିମସାର କମ ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳ।

 

୧୦-ବ୍ରହ୍ମଗିରି:ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ , ପ୍ରଥମ ଦିନରୁ ଶ୍ରଦ୍ଧାଳୁମାନଙ୍କର ଅସମ୍ଭାଳ ଭିଡ଼।

 

୧୧-ମାଲକାନଗିରି:ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ପୋଲିସର ଜୁଲମ, ଅସ୍ତ୍ର ଶସ୍ତ୍ର ସହ ମହିଳାଙ୍କ ରାସ୍ତା ଅବରୋଧ।

 

୧୨-ହାଇଦ୍ରାବାଦ:ଅନିରୁଦ୍ଧ ରବିଚନ୍ଦରଙ୍କ ହାତ ଧରିବେ ସନରାଇଜର୍ସ ହାଇଦରାବାଦର ମାଲିକାଣୀ କାବ୍ୟା ମାରାନ୍‌।

 

୧୩-ନୂଆଦିଲ୍ଲୀ:ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଦାୟିତ୍ୱ ଗ୍ରହଣ କଲେ।

 

୧୪-ମୁମ୍ବାଇ,ଲିଟିଲ୍ ଫ୍ଲାୱାର ସ୍କୁଲ୍‌’:TCକୁ ନେଇ ବିବାଦ,ପ୍ରିନ୍ସିପାଲଙ୍କ ସାମ୍ନାରେ ଶିକ୍ଷକଙ୍କୁ ଛୁରୀ ଭୁସିଲା ଛାତ୍ର, ସିସିଟିଭିରେ କଏଦ ହେଲା ଦୃଶ୍ୟ।

 

୧୫-ଏବେ କେବଳ ୟୁଜରନେମ୍ ଦ୍ବାରା ହୋଇପାରିବ ହ୍ୱାଟସ୍ଆପ୍ ଚାଟ୍, ସେୟାର କରିବାକୁ ପଡ଼ିବନି ନମ୍ବର।

 

୧୬-‘ଡିଜିଟାଲ ଆରେଷ୍ଟ’ ଠକେଇର ପର୍ଦ୍ଦାଫାସ୍; ମୁମ୍ବାଇରୁ ୨ ଅଭିଯୁକ୍ତ ଗିରଫ, ୧୪.୩୬ ଲକ୍ଷ ଟଙ୍କା ଠକେଇ ମାମଲାରେ ରାଉରକେଲା ପୋଲିସର ବଡ଼ ସଫଳତା।

 

୧୭-ଆୟରଲାଣ୍ଡ ବିପର୍ଯ୍ୟୟ ପରେ ଏବେ ଇଂଲଣ୍ଡ ମିଶନ: ପ୍ରଥମ ଟି-୨୦ରେ ଭାରତର ଅଗ୍ନିପରୀକ୍ଷା, ଡେବ୍ୟୁ କରି ପାରନ୍ତି ବୈଭବ।

 

୧୮-ଗ୍ରୀସରେ ବି ଆରମ୍ଭ ହେଲା UPI ସେବା, ଦୁନିଆର ୧୦ଟି ଦେଶରେ ଭାରତୀୟ ଗ୍ରାହକ କରିପାରିବେ ଡିଜିଟାଲ୍ ପେମେଣ୍ଟ।

 

୧୯-କାବୁଲ:ଆଫଗାନିସ୍ତାନ ଉପରେ ପାକ୍‌ର ଆକ୍ରମଣ, ୩୬ ମୃତ।

 

୨୦-୪.୫ କୋଟି ଲୋକଙ୍କ ଉପରକୁ ଆସିପାରେ ଦାରିଦ୍ର୍ୟର ସଙ୍କଟ, ମଧ୍ୟ ପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଉପରେ ଜାତିସଂଘର ରିପୋର୍ଟ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏