June 26, 2026
ajiro khabar
Share

 

 

୧-ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ବ୍ୟାଗ୍।

 

୨-୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ,୨ ତାରିଖ ବେଳକୁ ଲଘୁଚାପ ହେବା ସମ୍ଭାବନା।

 

୩-ବିଜେଡିରେ ଯୋଗଦେଲେ, ଆଉ ସୋସିଆଲ୍ ମିଡିଆରେ ଛାଇଗଲେ… ସୁଜାତା ରାଉତ।ଭଳିକି ଭଳି ଥମ୍ୱ, ହେଡିଂ ଆଉ ସ୍ଲୋଗାନର ବିଭିନ୍ନ ରକମର ଅଭିନନ୍ଦନ ପୋଷ୍ଟ ।

 

୪-ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ପୁରୀରେ ହେଲା ମକ୍ ଡ୍ରିଲ।

 

୫-ଝାରସୁଗୁଡ଼ା,ସାଗରପାଲି ସାହୁପଡା ଡୁଙ୍ଗୁରିପଡା:ପର ହେଲା ସିନ୍ଦୂର ! ପୁରୁଷ ବନ୍ଧୁ ସହ ମିଶି ସ୍ଵାମୀକୁ ମାରି ବିଲରେ ଫିଙ୍ଗି ଦେଲା ସ୍ତ୍ରୀ।

 

୬-ଭୁବନେଶ୍ୱର:ଘୋଷଣା ହେଲା ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଓ ୨୦୨୪।’ପୁଷ୍କରା’ ଶ୍ରେଷ୍ଠ ଚଳଚ୍ଚିତ୍ର।

 

୭-କାକଟପୁର:ଲୁଟେରାଙ୍କ ଟାର୍ଗେଟରେ ଏବେ ସବୁ ମନ୍ଦିର, ୧୮ଟି ମନ୍ଦିର ଓ ମଠରୁ ହେଲାଣି ଚୋରି।

 

୮-କଟକ:ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ବନ୍ଧା ହେଲେ ତିନି ଠିକାଦାର, ତିନି ମାମଲା ରୁଜୁ କଲା ଭିଜିଲାନ୍ସ।

 

୯-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂଶ ଆନିମେଟେଡ୍ ଫିଲ୍ମ, ତୀବ୍ର ବିରୋଧ କଲେ ଗଜପତି।ଜୁଲାଇ ୧୦ରେ ରିଲିଜକୁ ବନ୍ଦ ରଖିବାକୁ ପ୍ରଯୋଜନା ସଂସ୍ଥାକୁ କଲେ ଅନୁରୋଧ।

 

୧୦-ବ୍ରହ୍ମପୁର:ଆଇନଜୀବୀ ପୀତବାସ ହତ୍ୟା ମାମଲା ;୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ ଦାଖଲ।

 

୧୧-ଭୁବନେଶ୍ୱର:ଏନଏସଡି (NSD) ରେ ଓଡ଼ିଶାର ଝିଅ ସୋନିଆ ବେହେରା, ରଚିଲେ ଐତିହାସିକ ରେକର୍ଡ!ସେ ସମୁଦାୟ ୮୦.୦୫ ନମ୍ବର ହାସଲ କରି ସର୍ବଭାରତୀୟ ସ୍ତରରେ ୮ମ ସ୍ଥାନ ପାଇଛନ୍ତି।

 

୧୨-ଚୌଦ୍ବାର ଜେଲ୍‌ରୁ କଏଦୀ ଫେରାର ଘଟଣା: ଡିଜି ପ୍ରିଜନ୍ ଓ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ FIR ରୁଜୁ।

 

୧୩-ଭୁବନେଶ୍ୱର:ଚାଷ ଋତୁରେ ୬୦ ଦିନ ବନ୍ଦ ରହିବ ‘ଭିବି-ଜି ରାମ ଜି’ କାମ, ସରକାରଙ୍କ ବିଜ୍ଞପ୍ତି ଜାରି।

 

୧୪-ଆଉ ଅସୁବିଧା ନାହିଁ ! ପୂର୍ବ ସ୍ଥିତିକୁ ଫେରିଲା ଏଲପିଜି ଯୋଗାଣ, ସବୁ କଟକଣା ହଟାଇଲେ ସରକାର।

 

୧୫-ଗୋଲ୍ଡ ମାର୍କେଟ୍ କ୍ରାସ୍ ! ସୁନା ଓ ରୁପା ଦରରେ ବହୁତ ବଡ଼ ହ୍ରାସ: ୩୬ ହଜାର କମିଲାଣି।

 

୧୬-ମାଞ୍ଚେଷ୍ଟର:ଶେଫାଳୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ରାଧାଙ୍କ ଘାତକ ବୋଲିଂ, ବାଂଲାଦେଶକୁ ଧୂଳି ଚଟାଇଲା ଭାରତ।

 

୧୭-ବଢ଼ିଲା ଫିଫା ବିଶ୍ୱକପ୍ ଟ୍ରଫିର ମୂଲ୍ୟ, ବର୍ତ୍ତମାନର ଦାମ୍‌ ଅଛି ପ୍ରାୟ ୬ କୋଟି ଟଙ୍କା।

 

୧୮-ମେକ୍ସିକୋରେ ବିଜୟ ଉତ୍ସବ ପାଳୁଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍, ୧୭ ଗୁରୁତର।

 

୧୯-ଭେନେଜୁଏଲା ଭୂମିକମ୍ପ : ଭାରତ ପଠାଇବ NDRF ଟିମ୍, ଉଦ୍ଧାରକାର୍ଯ୍ୟରେ କରିବେ ସହଯୋଗ।

 

୨୦-ତତଲା କଡ଼େଇରେ ଭାଜି ହେଉଛି ୟୁରୋପ, ଅନେକ ଦେଶରେ ରେକର୍ଡ ଭାଙ୍ଗୁଛି ତାପମାତ୍ରା,ଅନେକ ସ୍ଥାନରେ ସ୍କୁଲ ବନ୍ଦ।

 

୨୧-ହର୍ମୁଜରୁ ଭାରତକୁ ମିଳିଲା ଆଶ୍ୱସ୍ତି, ଗୋଟିଏ ଦିନରେ ପାର ହେଲେ ୩୦ ପଣ୍ୟବାହୀ ପୋତ।

You may have missed