June 26, 2026

ଗୁଣୁପୁର ଠାରେ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ପାଳନ..

IMG-20260622-WA0073
Share

 

ଗୁଣପୁର(ସୁରେନ୍ଦ୍ର ମହାନ୍ତି)ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ସରକାରୀ ଜନସମ୍ପର୍କ ଓ ନାଗରିକ ସମ୍ପୃକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଭାବେ“ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ହିତାଧିକାରୀ ମାନଙ୍କୁ ସୁବିଧା ଓ ସହାୟତା ବଣ୍ଟନ” କାର୍ଯ୍ୟକ୍ରମ ସ୍ଥାନୀୟ ପୌର ପରିଷଦ ଟାଉନ ହଲ ଗୁଣୁପୁର ଠାରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝିଲ୍ଲୀ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଶ୍ରୀ ତ୍ରିନାଥ ଗମାଙ୍ଗ ପୂର୍ବତନ ବିଧାୟକ ଗୁଣୁପୁର,ଶ୍ରୀ ସ୍ୱସ୍ତିକ ଜମାଦାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣୁପୁର ଏବଂ ଶ୍ରୀ କେଦାର ନାୟକ ଉପ-କୋଷାଗାର ଅଧିକାରୀ ଗୁଣୁପୁର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ଜନ ପ୍ରତିନିଧି,ବିଭିନ୍ନ ବିଭାଗର ଅଧିକାରୀ ଓ ହିତାଧିକାରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ।ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ମୂଳକ ଯୋଜନା ଏବଂ ସେ ଗୁଡ଼ିକର ସୁଫଳ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ପଞ୍ଚାୟତ ସମିତି ଗୁଣୁପୁର ପକ୍ଷରୁ ୧୩ ଜଣ ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ସେହିପରି କୃଷି ଓ ପଶୁପାଳନ ବିଭାଗ ପକ୍ଷରୁ ୭ ଜଣ ହିତାଧିକାରୀଙ୍କୁ ବିଭିନ୍ନ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।୩ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୬ ଜଣଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦୦ ଜଣ ହିତାଧିକାରୀ,ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଏବଂ ଜନ ପ୍ରତିନିଧି ଯୋଗଦାନ କରିଥିଲେ। ଗୁଣୁପୁର ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିବା ବେଳେ ଶିକ୍ଷକ ଶ୍ରୀ ଦିଲୀପ କୁମାର ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ସମସ୍ତଙ୍କ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିବା ଜଣାପଡିଛି।

You may have missed