June 21, 2026

କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ରେ ମୁଖ୍ୟମନ୍ତୀ ଅନ୍ନପୂର୍ଣ୍ଣାଯୋଜନା ର କାର୍ଡବଣ୍ଟନ …

IMG-20260620-WA0149
Share

ତିର୍ତ୍ତୋଲ ତା 20/6/2026 ରାଜ୍ୟସରକାର ଙ୍କ ଦୁଇବର୍ଷପୂର୍ତ୍ତି ପାଳନ ଉପଲକ୍ଷେ, ଗତ ଶନିବାରଦିନ, ତିର୍ତ୍ତୋଲବ୍ଲକ, କୋଷ୍ଟିମଲ୍ଲିକାପୁର ଗ୍ରାମପଞ୍ଚାୟତ ପରିସରରେ ଆୟୋଜିତ ପଞ୍ଚାୟତ ହିତାଧିକାରୀ ସମ୍ମିଳନୀ ରେ ଓ ସରପଞ୍ଚ ବିଭୁପ୍ରସାଦ ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ପ୍ରାୟ ପଚାଶଜଣ ରୁ ଉର୍ଦ୍ଧ, ଯୋଗ୍ୟବିବେଚିତ ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ପ୍ରଦାନ କରାଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ, ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ବିଶ୍ୱଜିତ ଦାଶ, ଏହି ହିତାଧିକାରୀ ସମ୍ମିଳନୀ ମାଧ୍ୟମରେ, ପ୍ରଥମଦିନ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ଓ ଦ୍ୱିତୀୟ ଦିନ ସ୍ୱାସ୍ଥ୍ୟସେବା କାର୍ଡ ମଧ୍ୟ ସମସ୍ତ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ l ଏଥିରେ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁମିତ୍ରା ଦାସ, କମ୍ୟୁନିଟି ହେଲଥ ଅଫିସର ସସ୍ମିତା ସାହୁ ଓ ସହକାରୀ ବିନତି କୁଣ୍ଡୁ ଙ୍କ ସମେତ, ଆଶାକର୍ମୀ, ୱାର୍ଡର ସଭ୍ୟ ସଭ୍ୟା ଓ ପଣ୍ଡିତ ଜ୍ଞ୍l ନ ରଞ୍ଜନ ପଣ୍ଡା, ସୁରେନ୍ଦ୍ର ମହାରଣା ଙ୍କ ସହିତ ବିଭିନ୍ନ ୱାର୍ଡର ହିତାଧିକାରୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର