June 21, 2026

ବର୍ଷେ ପୂରିନି ବରୁଣପଡା ସଅଁରା ବାଇପାସ କେନାଲବନ୍ଧ ରାସ୍ତା ଶୋଚନୀୟ ..

IMG-20260620-WA0148
Share

ତିର୍ତ୍ତୋଲ-20/6/2026 ତିର୍ତ୍ତୋଲବ୍ଲକ, ଝଙ୍କଡ଼ ସାରଳାପୀଠରୁ ସଅଁରା ଛକ କୁ ଯିବା ରାସ୍ତାରେ ଅଇନିପୁର ଗାଁ ଭିତରେ ଅନେକ ଗୁଡିଏ ବାଙ୍କଥିବାରୁ, ବରୁଣପଡା ଛକପାଖରୁ ଆଉଏକ ବାଇପାସ ରୋଡ଼, କେନାଲବନ୍ଧ ଉପରେ ନିର୍ମାଣ କରାଯାଇଥିଲା l ମାତ୍ର ବର୍ଷେ ନପୂରୁଣୁ ଏହି କେନାଲବନ୍ଧ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡିଛି l ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ବଡ଼ ଖାଲଖମା ହୋଇଥିବା ବେଳେ, କେଉଁଠି କେମିତି ପିଚୁଉଠିଗଲାଣି l ଯାହାଫଳରେ ଏହି ରାସ୍ତାଦେଇ ଜଗତସିଂହପୁର ସଦର ମହକୁମା କୁ ଯାଉଥିବା ଯାନବାହାନ ଗୁଡିକ ଯାତାୟତ କ୍ଷେତ୍ରରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପଥଚାରି ମାନେ ମଧ୍ୟ ଯାତାୟତ କରିବାସମୟରେ ଛୋଟବଡ଼ ଦୁର୍ଘଟଣା ର ଶୀକାର ହେଉଛନ୍ତି l ତେବେ ଏହି କେନାଲବନ୍ଧ ରାସ୍ତା ଟି ଅଣଓସାରିଆ ହୋଇଥିବାରୁ ଏକ ସମୟରେ ଦୁଇଟିଗାଡି ଯାତାୟତ କ୍ଷେତ୍ରରେ ସମସ୍ୟା ଦେଖାଯାଇଛି l ତେବେ ଏହି ବାଇପାସରାସ୍ତା କୁ ଦୁଇଲେନ ବିଶିଷ୍ଟରାସ୍ତାରେ ପରିଣତ କରିବାପାଇଁ ଯୋଜନା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହିଁ l ତେଣୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଏହି କେନାଲବନ୍ଧ ବାଇପାସ ରାସ୍ତା ର ସମ୍ପ୍ରସାରଣ ଓ ମରାମତି କରିବାପାଇଁ ବିଭାଗୀୟ ଅଧିକାରୀ ମାନେ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର