June 14, 2026

ହାଇୱା ଧକ୍କାରେ ୩ ଗୁରୁତର ଆହତ। ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ।

IMG-20260419-WA0044
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଗତକାଲି ଅପରାହ୍ନରେ କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ, ସିରିମସ୍କା ଗ୍ରାମର ମୁଖ୍ୟରାସ୍ତା ଉପରେ ଏକ ହାଇୱା ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି।

ସୂଚନା ଅନୁଯାୟୀ, ସିରିମସ୍କା ଗ୍ରାମର କେଦାରନାଥ ମାଝୀ ନାମକ ଜଣେ ଯୁବକ, ସୌରଭି ମାଝୀ ଓ ଶୁଭଶ୍ରୀ ମାଝୀ ନାମ୍ନୀ ଦୁଇ ଜଣ ଯୁବତୀଙ୍କ ସହ ଏକ ବାଇକ(OR 08 K 3553) ଯୋଗେ ଗ୍ରାମରୁ ମୁଖ୍ୟରାସ୍ତା ପଟକୁ ଆସୁଥିବାବେଳେ, ମୁଖ୍ୟରାସ୍ତାରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା (OD 08 W 3392)ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକଟି ସମ୍ପୂର୍ଣ ଚୁରମାର ହୋଇଯାଇଥିବାବେଳେ, ୩ ଜଣ ବାଇକ ସବାର ଦୁରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଗ୍ରାମବାସୀଙ୍କ ସାହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ୩ ଜଣଙ୍କୁ ଥୁ.ରାମପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତିନି ଜଣଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ହାଇୱାଟିକୁ ଅଟକ ରଖି,କ୍ଷତି ପୁରଣ ଦାବିରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ଖବର ପାଇବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବାସହ, ଏକ ମାମଲା ୠଜ୍ଜୁ କରି ହାଇୱା ସହ ବାଇକକୁ ଜବତ କରି, ହାଇୱା ଚାଳକକୁ ଥାନାରେ ଅଟକ ରଖି ମାମଲାର ଜାଞ୍ଚ ଆରମ୍ଭ କରିଦେଇଛି।