September 22, 2026

ପାରଳାଖେମୁଣ୍ଡି ସ୍ଥିତ ଡି ଏଫ୍ବି ଓ ଙ୍କ ସମ୍ମିଳନୀ କକ୍ଷ ଠାରେ ବିଶ୍ବ ବନ ଦିବସ ପାଳିତ 

IMG-20260321-WA0036
Share

 

ପାରଳାଖେମୁଣ୍ଡ:୨୧/୩(ଗରୁଡ଼ ଧ୍ଵଜ ଚୌଧୁରୀ): ଆଜି ବିଶ୍ୱ ବନ ଦିବସ ଅବସରରେ ପାରଳାଖେମୁଣ୍ଡି ଡ଼ିଏଫଓଙ୍କ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି. ପାରଳାଖେମୁଣ୍ଡି ଡ଼ିଏଫଓ କେ. ନାଗାରାଜୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାବେଶରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଗାଵରା ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସିଏଫ ସାଇନ ଶ୍ରୀ ଦାସ ଓ ଏସିଏଫ ଅଶୋକ ବେହେରା, ମଞ୍ଚାସୀନ ଥିଲେ. ବିଶ୍ୱ ବନ ଦିବସ ଅବସରରେ ମଞ୍ଚାସୀନ ସମସ୍ତ ବ୍ୟକ୍ତି ବିଶେଷମାନେ ଗଜପତି ଜିଲ୍ଲାରେ ବନ ଓ ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ପ୍ଲାଣ୍ଟସନ ଉପରେ ଗୁରୁତ୍ୱ ଆରୋପ କରିଥିଲେ. ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩ ଜଣ ରେଞ୍ଜ ଅଫିସର ଏବଂ କିଛି ଫରେଷ୍ଟର ଓ କେତେଜଣ ଫରେଷ୍ଟ ଗାର୍ଡଙ୍କୁ ସମ୍ମାନୀତ କରାଯାଇଥିଲା

You may have missed