September 22, 2026

ଦୀର୍ଘ ବର୍ଷ ର ରାସ୍ତା କାର୍ଯ୍ୟ ଦାବି ପୂରଣ ହେଲା ଆଜି

IMG-20260307-WA0021
Share

           ଦୀର୍ଘ ବର୍ଷ ର ରାସ୍ତା କାର୍ଯ୍ୟ ଦାବି ପୂରଣ ହେଲା ଆଜି ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୂର ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗିପୁରଗୁଡ଼ା ଗ୍ରାମ କୁ ମୁଖ୍ୟ ରାସ୍ତା କୁ ଯିବାଆସିବା ପାଇଁ ରାସ୍ତା ହୋଇନଥିଲା, ଭାରତ ସ୍ୱାଧୀନ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ଗାଁ କୁ ରାସ୍ତା ଟିଏ ନଥିଲା । ମୁଖ୍ୟତଃ ଉଭୟ ଓଡ଼ିଶା ଆନ୍ଧ୍ର ବିବାଦ ଲାଗି ରହିଥିଲା, ମୁଖ୍ୟ ରାସ୍ତା କୁ ଯିବାକୁ ହେଲେ ଆଣ୍ଠୁଏ କାଦୁଅ ଉପର ଦେଇ ଯିବାକୁ ପଡୁଥିଲା, ରାତି ଅଧିଆ କୌଣସି ଲୋକ ଙ୍କ ଦେହ ଖରପା ହେଲେ କିମ୍ବା ଗର୍ଭବତୀ ମହିଳାଙ୍କ ବହୁ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥିଲା, ଛାତ୍ର ଛାତ୍ରୀ ମାନେ ବର୍ଷା ଦିନରେ ବିଦ୍ୟାଳୟ ଯିବା ଆସିବା ବହୁତ୍ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଥିଲା,ଏହି ସବୁ ବିଷୟ ଜେବେଠାରୁ ଠାରୁ ରୁପେଶ ପାଣିଗ୍ରାହୀ ବିଧାୟକ ହେଲେ ଓ ଜାଣିଲେ ସେ ପ୍ରତିଶ୍ରୁତି ଦେଇଥିଲେ କି ନିଶ୍ଚିତ ଭାବେ ଏହି ଗ୍ରାମ କୁ ରାସ୍ତା କରିବେ। ସ୍ଥାନୀୟ ସରପଞ୍ଚ ତେଜେଶ୍ୱର୍ ରାଓ ବହୁବାର ପ୍ରଶାସନ କୁ ଅଭିଯୋଗ କରି ଆସୁଥିଲେ କିନ୍ତୁ କୌଣସି କାର୍ଯ୍ୟକାରୀ ହେଉନଥିଲା, ବିଧାୟକ ଙ୍କୁ ଅବଗତ କରିବା ପରେ ସେ ଉଭୟ ରାଜ୍ୟ ର ପ୍ରଶାସନକୁ ଅବଗତ କରାଇ,ରାସ୍ତା କାମ ପାଈଁ ଅର୍ଥ ମଞ୍ଜୁର କରି ,ଆଜି 6 ଲକ୍ଷ୍ୟ ଅଟକଳ ରେ ରାସ୍ତା କାମ ର ଶୁଭ ଆରମ୍ଭ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କ ଦ୍ଵାରା କରାଗଲା, ଏହି ଭଳି କାର୍ଯ୍ୟ କରିଥିବାରୁ ଉଭୟ ରାଜ୍ୟ ସ୍ଥାନୀୟ ଲୋକେ ବିଧାୟକ ଓ ସରପଞ୍ଚ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ

You may have missed