August 2, 2026

ସିନାସାରି ଗ୍ରାମ ରେ ୭୬ ତମ ସୌରା ବାପଟିଷ୍ଟ ଖ୍ରୀଷ୍ଟିଆନ୍ ମଣ୍ଡଳୀ ସମ୍ମିଳନୀର ଅଧିବେଶନ ଅନୁଷ୍ଠିତ 

IMG-20260215-WA0053
Share

ପାରଳାଖେମୁଣ୍ଡି:୧୫/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି – ରାୟଗଡା ଜିଲ୍ଲା ସୀମାନ୍ତରେ ଗୁଣୁପୁର ନିକଟସ୍ତ ସିନାସାରି ଗ୍ରାମରେ ଆଦିବାସୀ ମହାସଭା ଅନୁଷ୍ଟିତ ହୋଇଛି । ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାରଳା ବିଧାୟକ ରୁପେଶ୍ କୁମାର ପାଣଗ୍ରାହୀ ସମସ୍ତ ଯୀଶୁ ପ୍ରେମୀଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହୀ ଆଦିବାସୀ ମହାସଭା ଚାରିଦିନ ଧରି ଚାଲିବ ଯୀଶୁ କ୍ରିଷ୍ଟ ଙ୍କୁ ବିଶ୍ୱାସ କରୁଥିବା ଲକ୍ଷାଧିକ ବିଶ୍ୱାସ ବିଶ୍ଵାଶିନି ଜନସାଧାରନ ଉପସ୍ଥିତ ରହି ପ୍ରଭୁ ଙ୍କ ବାକ୍ୟ ଓ ସଙ୍ଗୀତ ଶୁଣିଥିବା ଦେଖିବାକୁ ମିଳିଛି । ଏହି ବାର୍ଷିକ ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସଭାପତି ପାଷ୍ଟର ଅମିନୋ ଗମାଙ୍ଗ, ଉପ ସଭାପତି ପାଷ୍ଟର ତିତସ ରଇତ ସେକରେଟରୀ ଅସରୀୟ କର୍ଜୀ, କଶାଦକ୍ଷ ଉଦିତ କୁମାର ଶବର ଉପସ୍ଥିତ ଥିଲେ l

You may have missed