June 16, 2026

ବାଲିହାଟ ରେ ଲୋକଙ୍କ ସେବାରେ ଶିବା ଓ ଜୀବନ  ରାଗରେ ଲୋକଙ୍କୁ ହାଣିଲେ ଘନା ଘୁଷୁରିଆ ଓ ସୁମନ

IMG-20260129-WA0068
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ କପିଳେଶ୍ଵରପୁର ଗ୍ରାମପଞ୍ଚାୟତ ର ବାଲିହାଟ ଗ୍ରାମର ଶୂନ୍ୟ ବ୍ରହ୍ମ ପତିତପାବନ ଦେବଙ୍କ ଜନ୍ମବାର୍ଷିକ ଉତ୍ସବ ରେ ଆଦର୍ଶ ଡ୍ରାମାଟିକ କ୍ଳବ ପକ୍ଷରୁ ମହାନ ପାରିବାରିକ ସାମାଜିକ ନାଟକ ” ଆଖିର ଜନମ କାନ୍ଦିବା ପାଇଁ ” ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ଦିବାକର ରାଉତ ଙ୍କ ଅଧକ୍ଷତାରେ ରେ ମୁଖ୍ୟ ଅତିଥିଭାବେ ବିଧାୟିକା ଉପାସନା ମହାପାତ୍ରଙ୍କ ମା ନମିତା ମହାପାତ୍ର, ଉପଦେଷ୍ଟା ବିଷ୍ଣୁପ୍ରସାଦ ନାୟକ, ସ୍ଥାନୀୟ ସରପଞ୍ଚ ବବିତା ବରାଳ, ସରପଞ୍ଚଙ୍କ ପ୍ରତିନିଧି ଦୀନବନ୍ଧୁ ମାଛୁଆଙ୍କ ସହିତ ବ୍ରହ୍ମଗିରି ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ବୁଦ୍ଧିଜୀବୀ, ସମାଜସେବୀ ମଞ୍ଚାସିନ ହୋଇ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ପରେପରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ଅତିଥିମାନେ ନିଜନିଜର ଅଭିଭାଷଣ ରଖିଥିଲେ l ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ ଓଡ଼ିଆ ଭାଗବତ ପ୍ରଚାରକ ପ୍ରଶାନ୍ତ କୁମାର ତ୍ରିପାଠୀ l ପରେପରେ ନବୀନ କୁମାର ମହାପାତ୍ରଙ୍କ ଦ୍ୱାରା ରଚିତ କେଦାରନାଥ ପ୍ରଧାନଙ୍କ ଦ୍ୱାରା ନିର୍ଦେଷିତ ନାଟକ ” ଆଖିର ଜନମ କାନ୍ଦିବା ପାଇଁ ” ପରିବେଷଣ କରାଯାଇଥିଲା l ଏହି ନାଟକ ର ପ୍ରତିଟି ଚରିତ୍ର ନିଜ ଚରିତ୍ର ଏଭଳି ପ୍ରଦର୍ଶିତ କରିଥିଲେ ଯେ ଦର୍ଶକଙ୍କ ଆଖିରୁ ଲୁହ ବୁହାଇ କନ୍ଦେଇ ଦେଇଥିଲେ l ନାଟକ ର ନାମ ଅନୁସାରେ ପ୍ରତିଟି ଚରିତ୍ର ସେହିଭଳି ଅଭିନୟ କରିଥିଲେ କିନ୍ତୁ ସମସ୍ତଙ୍କ ମନ ଜିଣିଥିଲେ ଶିବା ଏବଂ ଜୀବନ ସେହିଭଳି ଖଳନାୟକ ଭୂମିକାରେ ସମସ୍ତଙ୍କ ମନ ଜିଣିଥିଲେ ଘନା ଘୁଷୁରିଆ ଏବଂ ସୁମନ ଏବଂ ହାସ୍ୟ ଅଭିନେତା ସନାବାରିକ ଏବଂ ଗାଣ୍ଡୁ ସମସ୍ତଙ୍କୁ ହସାଇ ହସାଇ ବେଦମ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l