September 16, 2026

ପୁଣି ହାତୀପଲ ରଚିଲେ ତାଣ୍ଡବଲୀଳା ,ବ୍ଯାପକ ପନିପରିବା ନଷ୍ଟ 

IMG-20230121-WA0018
Share

 

ବୁଗୁଡ଼ା : ତା ୨୧/୦୧/୨୩ : ବୁଗୁଡ଼ା ବନାଞ୍ଚଳରେ ହାତୀ ପଲ୍ଲର ଉପଦ୍ରବ କମୁନି l ଗତ ଶୁକ୍ରବାର ରାତିରେ ୧୩ ଟିକିଆ ହାତୀ ପଲ୍ଲ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ସଂକୁରୁ ମୌଜାରେ ତାଣ୍ଡବ ରଚିଛନ୍ତି । ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ହାତୀପଲ ଉପଦ୍ରବ ବଢି ଚାଲିଥିବା ବେଳେ ଗତରାତିରେ ପୁଣି ସଙ୍କୁରୁ ମୌଜାର ଦୁଇ ଏକର ଜମିରେ ହୋଇଥିବା ଫସଲ କିଆରୀରେ ପଶି ଟମାଟ, ମୁଗ, ବିନ୍ସ ଆଦି ଫସଲ ଖାଇ ନଷ୍ଟ କରିବା ସହ ଖଳାରେ ଥିବା ଅମଳ ଧାନ ମଧ୍ୟ ଖାଇ ଦେଇଥିବା ସଙ୍କୁରୁ ଗ୍ରାମର ଚାଷୀ ବିକ୍ରମାଦିତ୍ୟ ଆରୁଖ ବୁଗୁଡ଼ା ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଥିବା ଜଣାଯାଇଛି l