November 18, 2026

ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ଯୁକ୍ତ ୨ ପରୀକ୍ଷା ଖାତାର ମୂଲ୍ୟାୟନ ଆରମ୍ଭ ………..

IMG-20250403-WA0010
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସମଗ୍ର ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତାର ମୂଲ୍ୟାୟନ କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ନୂତନ ଭାବେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଥିବା ପେଣ୍ଡ୍ର।ଣୀ ମହାବିଦ୍ୟାଳୟ ଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଏହି ଖାତା ଦେଖା କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ୨ ଏପ୍ରିଲ ରୁ ୧୩ ଏପ୍ରିଲ ଓ ଦ୍ଵିତୀୟ ପର୍ଯ୍ୟାୟ ୧୫ ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ଠାରୁ ଇତିହାସ, ରାଜନୀତି ବିଜ୍ଞାନ, ଧନ୍ଦା ମୁଳକ ର ଇଂରାଜୀ ଓ ଓଡ଼ିଆ ଅପସନାଲ ବିଶୟ ର ଖାତା ଦେଖା ଆରମ୍ଭ ହେଇ ଯାଇଛି । ମୂଲ୍ୟାୟନ ପାଇଁ ଓଡ଼ିଆ ବିଭିନ୍ନ କଲେଜରୁ ପ୍ରାୟ ୫ ହଜାର ଖାତା ଏହି କେନ୍ଦ୍ରରେ ପହଞ୍ଚି ସାରିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ କଲେଜରୁ ମୋଟ ୩୧ ଜଣ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନିଯୁକ୍ତି ପ୍ରଦାନ କରିଛି । ମୂଲ୍ୟାଙ୍କନ କାର୍ଯ୍ୟ କରିବା ପାଇଁ ଆଜି ପ୍ରାୟ ସବୁ ଅଧ୍ୟାପକ ଓ ଅଧ୍ୟାପିକା ମାନେ ମୂଲ୍ୟାଙ୍କନ କେନ୍ଦ୍ରରେ ଯୋଗଦାନ କରିଛନ୍ତି। ଏଥି ପାଇଁ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ କଲେଜ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କଲେଜ୍ ର ଜୋନ ସୂପରଭାଇଜର ତଥା ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଅନିଲ କୁମାର ମିଶ୍ର, ଡେପୁଟି ଜୋନ ସୁପର ଭାଇଜର ଅଧ୍ୟାପକ ଜି. ଧର୍ମେନ୍ଦ୍ର, ଡେପୁଟି ଜୋନ କୋଡ଼ିଂ ସୁପରଭାଇଜର ଅଧ୍ୟାପକ ଡକ୍ଟର ପ୍ରଦୋଶ କୁମାର ପଟ୍ଟନାୟକ, ଜୋନାଲ ଅଫିସର ଅଧ୍ୟାପକ ଡକ୍ଟର ଚିନ୍ମୟ କୁମାର ରାଉତ ଓ କୋଡିଂ ଅଫିସର ଅଧ୍ୟାପକ ଆଦୁ କିର୍ସାନୀ ପ୍ରମୁଖ ଙ୍କ ମିଳିତ ଉଦ୍ୟମ ରେ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ସମ୍ପନ୍ନ ହେଇଛି।

You may have missed