June 16, 2026

ଉମରକୋଟ ନିକଟସ୍ଥ ବଙ୍ଗୀୟ ଗ୍ରାମ ରେ ବିବାହିତ ଯୁବତୀଙ୍କ ମୃତ୍ୟୁ ,ହତ୍ୟା ଅଭିଯୋଗ ଆଣିଲେ ପିତ………

IMG-20241216-WA0041
Share

 

 

ଉମରକୋଟ :-(ଏମ୍ .ଦିନା°ଶୁ ଆଚାରୀ) ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବଡ କୁମାରୀ ଗ୍ରାମ ପଞ୍ଚାୟତ ର ଖୁଟୁଗୁଡା ବଙ୍ଗୀୟ ଗ୍ରାମ ଠାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତେବେ ଯୁବତୀ ଙ୍କୁ ତାଙ୍କ ସ୍ଵାମୀ , ଶଶୁର ଓ ଶାଶୂ ହତ୍ୟା ଅଭିଯୋଗ ଆଣି ଉମରକୋଟ ଥାନା ରେ ଏତଲା ଦେଲେ ମୃତ ଯୁବତୀ ଙ୍କ ପିତା ପଙ୍କଜ ବୈରାଗୀ। ପଙ୍କଜ ବୈରାଗୀ ଉମରକୋଟ ଥାନା ରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ତାଙ୍କ ଝିଅ ପଲ୍ଲବୀ ବୈରାଗୀ ୨୧ବର୍ଷ ୨ ବର୍ଷ ତଳେ ଖୁଟୁଗୁଡା ଗ୍ରାମର କ୍ରିଷ୍ଣା ପଦ ରୟ ଙ୍କ ୨୧ ବର୍ଷୀୟ ପୁଅ କପିଳ ରାୟଙ୍କ ସହ ପ୍ରେମ ବିବାହ କରିଥିଲେ। ତେବେ ବିବାହ ପର ଠାରୁ ସ୍ଵାମୀ କପିଳ , ଶ୍ୱଶୁର ଓ ଶାଶୂ ଯୌତୁକ ଆଣିବା ପାଇଁ ଗାଳି ଗୁଲଜ ସହ ମାରପିଟ କରୁଥିଲେ ଏତଲାରେ ଉଲ୍ଲେଖ ରହିଛି। ଫଳ ରେ ପଲ୍ଲବୀ ବାପ ଘର କୁ ଆସି ମସେ ଦୁଇ ମାସ ରହି ଯାଉଥିବା ମଧ୍ୟ ଏତଲା ରେ ଉଲ୍ଲେଖ ରହିଛି। ଏପରି ଏହି ଘଟଣା କୁ ନେଇ ଗାଁ ରେ ବହୁ ଥର ବୈଠକ ବସିଛି ଫଳରେ ଗ୍ରାମ ବସି ମଧ୍ୟ ଅବଗତ ଅଛନ୍ତି ବୋଲି ପିତ। ଅଭିଯୋଗ କରିଛନ୍ତି ଏପରି କି ସ୍ବାମୀ କପିଳଙ୍କ ଅନ୍ୟ କିଛି ଝିଅଙ୍କ ସହ ଅନ୍ୟତିକ୍ ସମ୍ପର୍କ ରହିଥିବା ସହ ଶାଶୂ ଝିଅ ଓ ସ୍ଵାମୀ କୁ ଅଲଗା ଅଲଗା ରୁମ ରେ ଶୋଇବା ପାଇଁ ବାଧ୍ୟ କରୁଥିଲେ ବୋଲି ମଧ୍ୟ ଏତଲାରେ ଉଲ୍ଲେଖ ରହିଛି। ଯେହେତୁ ମୋ ଝିଅର କୌଣସି ଦେହ ଖରାପ ନ ଥିବ। ବେଳେ ସ୍ଵାମୀ, ଶ୍ୱଶୁର ଓ ଶାଶୂ ମିଶିକି ହତ୍ୟା କରି ଦେଇଛନ୍ତି ବୋଲି ପଙ୍କଜ ବୈରାଗୀ ଅଭିଯୋଗ କରିଛନ୍ତି। ତେବେ କିଛି ଆଜି ପଲ୍ଲବୀ ନିଜ ଓଢଣୀକୁ ବେକ ରେ ଲଗାଇ ଝୁଲନ୍ତା ଅବସ୍ଥାରେ ସ୍ଵାମୀ କପିଳ ଦେଖିବା ପରେ ତୁରନ୍ତ ଉମରକୋଟ ହସ୍ପିଟାଲକୁ ଆଣିଥିବା କପିଳ ଙ୍କ ପରିବାର ପକ୍ଷରୁ କୁହାଯାଇଛି। ସେଠାରେ ଡକ୍ଟର ପଲ୍ଲବୀକୁ ମୃତ ଘୋଷଣା କରିଥିଲେ। ହତ୍ୟା ଓ ଯୌତୁକ ନିର୍ଯ୍ୟତନ୍। କେସ ରେ ମାମଲା ରୁଜୁ କରିଛି ଉମରକୋଟ ପୋଲିସ। ମୃତ। ଯୁବତୀ ଙ୍କ ଶବ ବ୍ୟବଚ୍ଛେଦ ପରେ ଉମରକୋଟ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଘଟଣା ର କଣ ସତ୍ୟ।ସତ୍ୟ ଅଛି ତାକୁ ଅନୁସନ୍ଧାନ କରୁଛି ଉମରକୋଟ ପୋଲିସ। ଉମରକୋଟ ଥାନା ର ସବ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ଙ୍କୁ ଘଟଣା ର ତଦନ୍ତ ଦାୟିତ୍ଵ ପ୍ରଦାନ କରିଛନ୍ତି ଉମରକୋଟ ଆଇଆଇସି ତପନ କୁମାର ପତି।