June 16, 2026

ପଡିଆବାହାଲ ଧନୁଯାତ୍ରା:ଗୋପପୁରରେ ନନ୍ଦଉତ୍ସବ ପାଳନ, ଅଷ୍ଟମଲ୍ଲ ନିଧନ,ମଥୁରାନଗରୀରେ ଧନୁଯାତ୍ରା ଆୟୋଜନ ପାଇଁ କଂସଙ୍କ ମନ୍ତ୍ରଣା

IMG-20241210-WA0044
Share

     ପଡିଆବାହାଲ ଧନୁଯାତ୍ରା:ଗୋପପୁରରେ ନନ୍ଦଉତ୍ସବ ପାଳନ, ଅଷ୍ଟମଲ୍ଲ ନିଧନ,ମଥୁରାନଗରୀରେ ଧନୁଯାତ୍ରା ଆୟୋଜନ ପାଇଁ କଂସଙ୍କ ମନ୍ତ୍ରଣା
ସମ୍ବଲପୁର:କୃଷ୍ଣ ଜନ୍ମ ପରେ ଗୋପପୁରରେ ଆଜି ଧୁମଧାମରେ ନନ୍ଦୋତ୍ସବ ପାଳନ ହୋଇଥିଲା। ମହାମାନୀ କଂସାସୁର ଭଗବାନ କୃଷ୍ଣଙ୍କୁ ନିଧନ କରିବା ସକାଶେ ଅଷ୍ଟମଲ୍ଲଙ୍କୁ ଗୋପପୁର ପ୍ରେରଣ କରିଥିଲେ। ସେଠାରେ ଅଷ୍ଟମଲ୍ଲଙ୍କ ନିଧନ ହୋଇଥିଲା। ପୁତନା ରାକ୍ଷସୀ, ଅଷ୍ଟମଲ୍ଲଙ୍କ ନିଧନର ଖବର ରାଜଦରବାରରେ ଶୁଣି ମହାମାନୀ କଂସାସୁର ଚିନ୍ତିତ ହୋଇପଡ଼ିଥିଲେ। ଦୁଃଖରେ ଭାଙ୍ଗି ପଡ଼ି କଂସ ବଳଶାଳୀ ହେବାପାଇଁ ମହାଦେବଙ୍କୁ ତପସ୍ୟା କରି ରୁଦ୍ରଶୁଳ ପ୍ରାପ୍ତ କରିଥିଲେ। ଏହା ସଙ୍ଗେ ସଙ୍ଗେ ମଥୁରାନଗରୀରେ ଧନୁଯାତ୍ରା ଆୟୋଜନ କରି କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରି କଂସାସୁର ଅକ୍ରୁରଙ୍କୁ ଗୋପପୁର ପ୍ରେରଣ କରିଥିଲେ କୃଷ୍ଣ ବଳରାମଙ୍କୁ ଧନୁଯାତ୍ରାରେ ନିମନ୍ତ୍ରଣ କରିବା ପାଇଁ। ଆଜିର ରାଜକୀୟ ଅତିଥି ଭାବରେ ସମ୍ୱଲପୁର ଠାରେ ଅନୁଷ୍ଠିତ ହୋଇଥିବା ସମ୍ବଲପୁରୀ ଧନୁଯାତ୍ରାର କଳାକାର ଯଥାକ୍ରମେ ନାଟ୍ୟକାର ବାବଲୁ ବାଗଙ୍କ ସହିତ ଫଣିନ୍ଦ୍ର ପଣ୍ଡା, ଚୈତନ୍ୟ ନାୟକ, ଯୋଗେଶ ନନ୍ଦ, ଓମ୍ ସାଇରାମ ପଣ୍ଡା, ଦୁଷ୍ମନ୍ତ ପଣ୍ଡା, ଲଳିତ ମୋହନ କୈବର୍ତ୍ତ, ସ୍ଵାଧୀନ ପଣ୍ଡା, ଅନମୋଲ ଦାସ, ସମାଜ ସେବୀ ଜୟଲାଲ ବେହେରା ଓ ଅଭିଷେକ ଯାଦବ ଯୋଗଦାନ କରିଥିଲେ। ଡା ରାଜାରାମ ଷଡ଼ଙ୍ଗୀ ସଭା ପରିଚାଳନା କରିଥିଲେ।ଧନୁଯାତ୍ରା କମିଟି କର୍ମକର୍ତା ମାନେ ସହଯୋଗ କରିଥିଲେ ସଦର ପୋଲିସ ଓ ମା ମାଉଲି ଯୁବକ ସଙ୍ଘ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।