June 18, 2026

ସ୍କାଉଟ୍ ଓ ଗାଇଡର ଦୀକ୍ଷା ଗ୍ରହଣ ଉତ୍ସବ

IMG-20241207-WA0029
Share

 

ବୁଗୁଡ଼ା : ତା ୦୭/୧୨/୨୪ : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ ଆନୁକୁଲ୍ୟରେ ବୁଗୁଡ଼ା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଭାମଶ୍ୟାଳି ଠାରେ ସ୍କାଉଟ୍ ଓ ଗାଇଡର ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବୈଷ୍ଣବ ଚରଣ ଦାଶ, ନୀଳକଣ୍ଠ ମହାରଣା, ଉର୍ମିଳା ମାଝୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଦୀକ୍ଷା ଗ୍ରହଣ କରାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି.ନାଗେଶ୍ଵର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ସ୍କାଉଟ୍ ମାଷ୍ଟର ଲକ୍ଷ୍ମଣ କୁମାର ବେହେରା ଓ ଗାଇଡ କ୍ୟାପଟେନ ପ୍ରିୟଦର୍ଶିନୀ ପ୍ରଧାନ ପରିଚାଳନା କରିଥିଲେ। ଶେଷରେ ପୀତବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed