June 14, 2026

କାଶୀନଗର ଠାରେ ବାରଣାସୀ ଉତ୍ସବ ପାଇଁ ଆସିଥିବା ମସାଲକୁ ଭବ୍ୟ ସମ୍ବର୍ଦ୍ଧନା 

IMG-20241204-WA0053
Share

 

କାଶୀନଗର ,

ଗଜପତି ଉତ୍ସବ ମଶାଲକୁ ବିଜୁ କଲ୍ୟାଣ ମଣ୍ଡପ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିରର ନିକଟକୁ ଆଣିବା ପରେ ଜଗନ୍ନାଥ ମନ୍ଦିର ଠାରେ ଉପସ୍ଥିତ ଥିବା କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁ ଧର ମଲ୍ଲିକ,ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ରଜତ ପାଢ଼ୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀ ସାହୁ, ବରିଷ୍ଠ ନାଗରିକ, ସାମ୍ବାଦିକ ମାନେ ଭଵ୍ୟ ସମ୍ବର୍ଦ୍ଧନା ଦେଇ ମସାଲକୁ ଧରି ବାରଣାସୀ ଉତ୍ସବ ପାଇଁ କାଶୀନଗର ଅଭିମୁଖେ ବାହାରି ଥିଲେ. କାଶୀନଗର ରାସ୍ତା ପାର୍ଶ୍ୱରେ ଥିବା ରାଣୀପେଣ୍ଠ, ସିଦ୍ଧମଡ଼ଙ୍ଗ, ସୀତାପୁର,ହାଡୁଭାଙ୍ଗି ଓ ଖାରଡ଼ା ପଂଚାୟତ ର ଅଙ୍ଗାୱାଡି, ମିଶନ ଶକ୍ତି ମହିଳା ମାନେ ଭବ୍ୟ ସ୍ୱାଗତ ଦେଇଥିଲେ. କାଶୀନଗର ଷ୍ଟେଟ ବ୍ୟାଙ୍କ ଛକ ଠାରେ ମସାଲ ପହଂଚିବା ପରେ କାଶୀନଗର ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ ଏବଂ ସି ଡି ପି ଓ କନକ ଲତା ପୂଜାରୀ ଉପସ୍ଥିତ ରହି ବହୁ ଆଡମ୍ବର ସହକାରେ ବାଜା ଶଙ୍ଖ ବଜେଇ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚେଇ ଥିଲେ. ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ପ୍ରକଳ୍ପ ସମନ୍ୱୟକାରି ଜଗନ ବାରିକ ପରିଚାଳନା କରିଥିଲେ. ଏହି ମସାଲ ବ୍ଲକ କାର୍ଯ୍ୟାଳୟ ଠାରେ ଏହିମାସ ଏଗାର ତାରିଖ ବାରଣାସୀ ଉତ୍ସବ ଶେଷ ଦିନ ଯାଏଁ ପ୍ରଜ୍ବଳିତ ହୋଇ ରଖାଯିବ ବୋଲି ବିଡ଼ିଓ ଶ୍ରୀ ମଲ୍ଲିକ କହିଥିଲେ.