June 10, 2026

ଭଞ୍ଜ ବିହାରରେ ସମ୍ବିଧାନ ଦିବସ ପାଳିତ..

IMG-20241127-WA0005
Share

 

ଗୋପାଳପୁର(ଭଞ୍ଜବିହାର)

 

ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ଦିନ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ମୁଖ୍ୟ ପୃଷ୍ଠପୋଷାକତା ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ଓ ନାରୀ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ପ୍ରଥମ ଅଧିବେଶନରେ ପ୍ରତିଷ୍ଠିତ ଶିକ୍ଷାବିତ୍ ପ୍ରଫେସର ଆଶା ହଂସ ଓ ନାରୀ ଅଧିକାର ସୁରକ୍ଷା ଦିଗରେ କାର୍ଯ୍ୟରତ ସ୍ନେହା ମିଶ୍ର ଯୋଗଦେଇ ସମ୍ପ୍ରତି ସ୍ଥିତିରେ ନାରୀ ମାନଙ୍କ ସୁରକ୍ଷା ଅଧିକାର ଓ ଲିଙ୍ଗଗତ ସମାନତା, କର୍ମକ୍ଷେତ୍ରରେ ନାରୀ ମାନଙ୍କ ଅଧିକାର ଉପରେ ଆଲୋଚନା କରିଥିଲେ ପ୍ରଥମ ଅଧିବେଶନର ସ୍ୱାଗତ ଅଭିଭାଷଣ ସହ ପ୍ରାଧ୍ୟାପିକା ରଶ୍ମିରେଖା ଜେନା ଦେଇଥିବା ବେଳେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗୀୟ ମୁଖ୍ୟା ଡ଼. ବନ୍ଦିତା ପଣ୍ଡା ସଂଯୋଜନା କ୍ରମେ ଡ଼ଃ ବାଗ୍ମୀ ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିଲେ ,ଦ୍ୱିତୀୟ ଅଧିବେଶନ ରାଜନୀତି ବିଜ୍ଞାନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରେଭେନ୍ସାର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ସରଙ୍ଗୀ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସମ୍ବିଧାନ ଓ ପୁନଃ ଚିନ୍ତନ ଉପରେ ଆଲୋଚନା ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ଗହଣରେ ନିଜ ମତାମତ ରଖିଥିଲେ l ସମ୍ବିଧାନର ସୁରକ୍ଷା ଓ ରାଷ୍ଟ୍ରଗଠନରେ ପ୍ରତ୍ୟେକ ନାଗରିକଙ୍କ ସହାଭାଗିତା ରହିବା ଆବଶ୍ୟକ ବୋଲି ପ୍ରଫେସର ଗୀତାଞ୍ଜଳି ଦାସ ନିଜର ମନ୍ତବ୍ୟ ରଖିଥିଲେ, ଦ୍ୱିତୀୟ ଅଧିବେଶନକୁ ଡ଼ଃ. ସାରଦା ପ୍ରସନ୍ନ ରାଉତ ସଂଯୋଜନା କରିଥିଲେ l ସମ୍ବିଧାନ ଦିବସ ପାଳନ ଅବସରରେ ଆୟୋଜିତ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତି ଛାତ୍ର, ଛାତ୍ରୀଙ୍କୁ ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠିଙ୍କ ସଂଯୋଜନା କ୍ରମେ ଅତିଥିମାନେ ପୁରସ୍କୃତ କରିଥିଲେ ବିଶ୍ୱବିଦ୍ୟାଳୟର ଏହିଭଳି ସଚେତନତାଧର୍ମୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ଉତ୍ସାହ ଦେଖିବାକୁ ମିଳିଛି l

You may have missed