June 18, 2026

ଖଲିଆପାଲିରେ ଅଷ୍ଟପ୍ରହରୀ ନାମ ଯଜ୍ଞ

olmm
Share

ସମ୍ବଲପୁର,ତା.୨୦।୦୪:ବାହାମ ଗ୍ରାମ ପଞ୍ଚାୟତର ଖଲିଆପାଲି ଠାରେ ଆଜି ମଧ୍ୟାହ୍ନରୁ ଅଷ୍ଟପ୍ରହରୀ ନାମ ଯଜ୍ଞର ଶୁଭାରମମ୍ଭ ହୋଇଛି।ଗତକାଲି ସନ୍ଧ୍ୟାରେ ଏଥି ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।
ଗ୍ରାମବାସୀଙ୍କ ସମେତ ରେଙ୍ଗାଲକାନି, ଠାକୁରମାଲ,ବାହାମ,ଖଣ୍ଡୁଆଲ,ସଂକୀର୍ତ୍ତନ ମଣ୍ଡଳ ଓ ସରେଇ,ପରମାଣପୁର,ହୁମାର ମହିଳା ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଯୋଗଦାନ କରୁଛନ୍ତି।ପଣ୍ଡିତ ମହେଶ୍ୱର ନାୟକଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଅଷ୍ଟପ୍ରହରୀ ନାମ ଯଜ୍ଞରେ ମନୋରଞ୍ଜନ ପଣ୍ଡା ଓ ଅଳକା ପଣ୍ଡା ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ସଂପାଦନ କରୁଥିବା ବେଳେ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା,ମନିଷ ନାୟକ, ବିଶ୍ୱରଞ୍ଜନ ବଡପଣ୍ଡା ପୂଜାରେ ସହଯୋଗ କରୁଛନ୍ତି।ଏହି ନାମ ଯଜ୍ଞରେ ଗ୍ରାମର ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ରାମ ନାମ ନେଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଛନ୍ତି।ଏହା ଆସନ୍ତା କାଲି ଅପରାହ୍ନରେ ପୂର୍ଣ୍ଣାହୁତି ପଡିବା କାର୍ଯ୍ୟକ୍ରମ ରହିଛି।