ନିଡି” ଅନୁଷ୍ଠାନ ପକ୍ଷରୁ ଗ୍ରାମର ଯୁବକ ଯୁବତୀ ମାନଙ୍କ ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଗଜପତି: —-ସ୍ୱେଚ୍ଛାସେବୀ ସଂଗଠନ “ନିଡି” (ନେସନାଲ ଇନଷ୍ଟିଚ୍ୟୁଟ ଫର୍ ଡେଭଲପମେଣ୍ଟ ଇନୋଭେନସନ୍) ଓ ଟିପିଏସଡିଓଏଲ୍(ଟାଟା ପାଓ୍ୱାର ସାଉଦର୍ନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ)ର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲା ମୋହନା ବ୍ଲକର ଧାଡ଼ିଆମ୍ୱ ପଞ୍ଚାୟତ’ର କଂକରଡା ଏବଂ ଜଗନ୍ନାଥପୁର ଗ୍ରାମର ଯୁବକ/ଯୁବତୀ ମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଦକ୍ଷତା ବୃଦ୍ଧି ଶିବିର ଅନୁଷ୍ଠିତ ହୋଇଯାଇଛି। “ନିଡି”ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରଞ୍ଜନ କୁମାର ରାଉତ’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶ କାର୍ଯ୍ୟକ୍ରମରେ କଙ୍କରଡ଼ା ଏବଂ ଜଗନ୍ନାଥ ପୁର ଗ୍ରାମର ୨୦ ଜଣ ଆଦିବାସୀ ଯୁବକ ଓ ଯୁବତୀ ଏଥିରେ ଯୋଗ ଦେଇଥିଲେ। ସେମାନଙ୍କୁ ସେମାନଙ୍କ’ର ନବସୃଜନ ଦକ୍ଷତା ତଥା ଉଦ୍ୟୋଗୀ ଭିତ୍ତିକ ଭିତ୍ତିଭୂମି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ସେମାନଙ୍କୁ ରୋଜଗାର ସକ୍ଷମ ଏବଂ ବଜାରୀକରଣ’ର ବିଭିନ୍ନ ଦିଗ ସମ୍ୱନ୍ଧରେ ଅବଗତ କରା ଯାଇଥିଲା।ସ୍ଥାନୀୟ ସମ୍ୱଳ’ର ବିନିଯୋଗ ଏବଂ ପ୍ରକ୍ରିୟାକରଣ’କୁ ପ୍ରାଧାନ୍ଯ ଦେବାକୁ ପରାମର୍ଶ ଦିଆ ଯାଇଥିଲା।ଏହାଛଡା ଆଦିବାସୀ କଳା ଓ ସଂସ୍କୃତି’କୁ ପ୍ରାଧାନ୍ଯ ଦେଇ ସେମାନଙ୍କ ପରମ୍ପରା’କୁ ଉଜ୍ଜୀବିତ ରଖିବାକୁ ପରାମର୍ଶ ଦିଆଯାଇଥିଲା। ଉପସ୍ଥିତ ତାଲିମାର୍ଥୀ ମାନଙ୍କ ମଧ୍ଯରେ ସେମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଅନୁଭୂତିର ସମୀକ୍ଷା କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜିକା ସୁମିତ୍ରା ଗମାଙ୍ଗ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅନ୍ୟମାନେ ସହଯୋଗ କରିଥିଲେ । ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)
