November 28, 2026

ଶ୍ରୀଜଗନ୍ନାଥ ପରିମଳ ସଫେଇ କର୍ମଚାରୀ ସଂଘ ପକ୍ଷରୁ ୭ଦଫା ଦାବିପତ୍ର ପ୍ରଦାନ ..

IMG-20261128-WA0012
Share

ଶ୍ରୀଜଗନ୍ନାଥ ପରିମଳ ସଫେଇ କର୍ମଚାରୀ ସଂଘ ପକ୍ଷରୁ ୭ଦଫା ଦାବିପତ୍ର ପ୍ରଦାନ lଶ୍ରୀ ଜଗନ୍ନାଥ ପରିମଳ ସଫେଇ କର୍ମଚାରୀ ସଙ୍ଘର ସଭାପତି ଆଡଭୋକେଟ ପ୍ରିୟଦର୍ଶନ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ସମ୍ପାଦକ ସଂଗ୍ରାମ ନାୟକଙ୍କ ସହିତ ପଚାଶ ରୂ ଉର୍ଦ୍ଧ ମହିଳା ଏବଂ ପୁରୁଷ ସଫେଇ କର୍ମଚାରୀ ପୁରୀ ମହାନଗର ନିଗମ ଅଧିକାରୀଙ୍କୁ ସାକ୍ଷାତକରୀ ଦାବିପତ୍ର ପ୍ରଦାନ କରିଛନ୍ତି l ଦାବିଗୁଡିକ ହେଲା ପୁରୀ ୧ ରୂ ଅନ୍ୟଜାଗାକୁ ଜିବେନାହିଁ, EPF କଟାଯାଉ, ESI ଲାଗୁ କରାଯାଉ, ସ୍ଥାୟୀ ନିଯୁକ୍ତି କରାଯିବା ସହିତ ସରକାରୀ ହାରରେ ମଜୁରୀ ପ୍ରଦାନ କରାଯାଉ ଇତ୍ୟାଦି ଦାବି ପ୍ରଦାନ କରିଛନ୍ତି l ଦାବିଗୁଡିକ ପୂରଣ ନକରାଗଲେ ଆଗକୁ ଆନ୍ଦୋଳନ ତୀବ୍ରହେବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ lପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l