ପୁରୀଜିଲ୍ଲା କଂଗ୍ରେସ ପକ୍ଷରୁ ବିଶାଳ ବାଇକ ଶୋଭାଯାତ୍ରା
lପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିୟର ରାଜେଶ ମିଶ୍ରଙ୍କ ସଭାପତିତ୍ୱରେ ପାଞ୍ଚଶହରୂ ଉର୍ଦ୍ଧ ବାଇକରେ ହଜାର ହଜାର କଂଗ୍ରେସ କର୍ମୀ ସମ୍ବିଧାନ ବଞ୍ଚାଅ, ଭୋଟ ବଞ୍ଚାଅ ଏବଂ ଜ୍ଞାନେନ୍ଦ୍ର କୁମାରକୁ ଗିରଫ କର ନାରାଦେଇ ପୁରୀ କଂଗ୍ରସ ଭବନ ରୂ ବାହାରି ଭୁବନେଶ୍ୱର କଂଗ୍ରେସ ଭବନରେ ପହଁଞ୍ଚି ବିଶାଳ ସଭାରେ ଯୋଗଦାନ କରିଥିଲେ l ଏହି ଶୋଭାଯାତ୍ରାରେ ରାଜେଶ ମିଶ୍ରଙ୍କ ସହିତ ପ୍ରସାଦ ହରିଚନ୍ଦନ, ଜିଲ୍ଲା ମହିଳା ସଭାନେତ୍ରୀ ସରସ୍ବତୀ ପାତ୍ର, ବିଦୁଲତା ଆଚାର୍ଯ୍ୟ,ସତ୍ୟବାଦୀ ସଭାପତି ସୁବାସ ମହାପାତ୍ର, ପିପିଲି ଯୁବନେତା ପ୍ରିୟବ୍ରତ ସାମନ୍ତରାୟ, ନିମାପଡା ରୂ ସତ୍ୟବ୍ରତ ପାତ୍ର, କୃଷ୍ଣପ୍ରସାଦ ବ୍ଲକ ସଭାପତି କିଶୋର ମହାନ୍ତି, ଦିପକ ଜେନାଙ୍କ ସହିତ ପୁରୀଜିଲ୍ଲାର ସମସ୍ତ ବ୍ଲକ, ମହାନଗର ନିଗମ ଏବଂ ବିଜ୍ଞାପିତ ଅଞ୍ଚଳ ଗୁଡିକରୁ ସମସ୍ତ ପଦାଧିକାରୀ ଏବଂ ଦଳୀୟ କର୍ମୀମାନେ ଯୋଗଦାନ କରି ଏହି ବାଇକ ଶୋଭାଯାତ୍ରାକୁ ସଫଳ କରାଇଛନ୍ତି l ପୁରୀଜିଲ୍ଲା କଂଗ୍ରେସ କମିଟି ଦାୟିତ୍ୱ ରାଜେଶ ମିଶ୍ର ନେବା ପରଠାରୁ ଏହି ବାଇକ ଶୋଭାଯାତ୍ରା ରେ ହଜାର ହଜାର କର୍ମୀ ଯୋଗଦେବା ସହିତ ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ରେ କଂଗ୍ରେସ ବାଜିମାତ କରିବବୋଲି ସାଧାରଣ ରେ ଚର୍ଚ୍ଚା ଚାଲିଛି lପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
