November 28, 2026

ଭରସା ପରିବାର ପକ୍ଷରୁ ରକ୍ତଦାନ ଶିବିର, ୨୪ ୟୁନିଟ୍ ସଂଗ୍ରହ

IMG-20261122-WA0039
Share

ସମ୍ବଲପୁର /ବୁର୍ଲା, ୨୨. ୧୧: ରକ୍ତଦାନ ମହତ୍ ଦାନ ଉଦ୍ଦେଶ୍ୟରେ ଭରସା ପରିବାର ପକ୍ଷରୁ ବୁର୍ଲାସ୍ଥିତ ଭୀମସାର ରକ୍ତଭଣ୍ଡାର ସମ୍ମିଳନୀ କକ୍ଷରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୨୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ପରିବାରର ସଭାପତି ନିହାଲ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଡା. ସଞ୍ଜୟ କୁମାର ଖମାରୀ, ଡା. ମୁରଲୀଧର ମହାନନ୍ଦ, ଡା. ସୁଶୀଲ ବେହେରା, ଅନିଲ ଶ୍ରୀରାମକା, ମହମ୍ମଦ ୟୁସୁଫ, ଅତାବିରା ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ସୁନୀତା ବାଗ ଏବଂ ପ୍ରତିଷ୍ଠାତା ସଦସ୍ୟ ବିନାୟକ ଦ୍ୱାରୀ ଅତିଥି ଭାବେ ଯୋଗଦେଇ ରକ୍ତଦାନର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ମତ ରଖିଥିଲେ।ଶିବିର ପରିଚାଳନାରେ ମମିନା ଖାତୁନ, ଅମିନ ମହାନନ୍ଦ, ଏସ୍‌.କେ. ଇନ୍ତିକାଫ୍‌, ଭାଗୀରଥୀ ପଣ୍ଡା, ପୁରନ୍ଦର ସୁନା, ସୁନୀଲ କୁମାର ହଂସା ଏବଂ ଭୀମସାର ରକ୍ତଭଣ୍ଡାରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଭରସା ପରିବାର ପକ୍ଷରୁ ସମସ୍ତ ରକ୍ତଦାତା, ଅତିଥି ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଯିବା ସହ ଆଗାମୀ ଦିନରେ ଏଭଳି ଜନହିତକର କାର୍ଯ୍ୟ ଜାରି ରଖିବାକୁ ସଂକଳ୍ପ ପ୍ରକାଶ କରାଯାଇଥିଲା।