ଆଜିର ଖବର…
*୨୧ ନଭେମ୍ବର, ଶନିବାର*================ବାତ୍ୟା ‘ଅକଭାନ୍’ ମଧ୍ୟମ ଧରଣର ଘୂର୍ଣ୍ଣିଝଡ଼ରେ ପରିଣତ, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିବ।ବାତ୍ୟା ଆଶ୍ରୟସ୍ଥଳରେ ବିତାଉଛନ୍ତି ଓଡ଼ିଶାର ୩ ଲକ୍ଷ ଲୋକ; ବର୍ଷା ନେଇ ସତର୍କ ସୂଚନା ଜାରି।ବିପର୍ଯ୍ୟୟ ପରିଚାଳନା ପାଇଁ ୧୭୧୮କୋଟି ଟଙ୍କା। ଏଥିରେ କେନ୍ଦ୍ରର ୧,୨୮୮.୫୦ କୋଟି ଓ ରାଜ୍ୟର ୪୨୯.୫୦ କୋଟି।ରାଜ୍ୟର ସରକାରୀ କଲେଜରେ ଖାଲି ପଡ଼ିଛି ୮୧୨ ଅଧ୍ୟାପକ ପଦ, ୩୮୫ ପଦ ପାଇଁ ଚାଲିଛି ନିଯୁକ୍ତି ପ୍ରକ୍ରିୟା।କଟକ ବାଲିଯାତ୍ରା ପଡ଼ିଆରେ ଭିଭିଆଇପି, ଭିଆଇପି ସୁରକ୍ଷା ପାଇଁ ନୋ-ଡ୍ରୋନ୍ ଜୋନ୍ ଘୋଷିତ।ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅଚଳାବସ୍ଥା: ଅନୁଦାନ ୧୪୨୦ କୋଟିରୁ ୯୫୬ କୋଟି ଟଙ୍କା ପଡ଼ିରହିଛି।ମହାନଦୀ କୋଲଫିଲ୍ଡସ୍ ପକ୍ଷରୁ ଠିକା ଶ୍ରମିକଙ୍କ ପାଇଁ ”କଣ୍ଟ୍ରାକ୍ଟ ଲେବର ଇନଫରମେସନ ପୋର୍ଟାଲ” ନିଷ୍ପତ୍ତି ବିରୋଧରେ ଆବେଦନ ହାଇକୋର୍ଟରେ ଖାରଜ।ପୁରୀରେ ପଞ୍ଚୁକ ବ୍ରତ ପାଇଁ ସିସିଟିଭି ବ୍ୟବସ୍ଥା, ସୁରକ୍ଷା ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ।କୋରାପୁଟ କୋଟିଆକୁ ନେଇ କଂଗ୍ରେସର ବିରୋଧ: କାଡ଼ାମ ପତ୍ର ଲେଖିଲେ, ତାରା କହିଲେ ଆତ୍ମାହୁତି ଦେବି।ଜଗତସିଂହପୁର ଜିଲ୍ଲାରେ ଦାମ ରାଉତଙ୍କ ପରେ ବିଜୁ ପଟ୍ଟନାୟକ, ଆଉ ଏବେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଲୁଚିକରି ଭାଙ୍ଗିଲେ ଦୁର୍ବୃତ୍ତ।ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳର ଦାଦନ ଶ୍ରମିକ ତାମିଲନାଡୁରେ ମୃତ।ଗ୍ୟାଙ୍ଗଷ୍ଟାର ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଜେଲରୁ ବାହରିବେ, ବାଧକ ସାଜିଛି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସର୍ତ୍ତ।ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟାନୁଷ୍ଠାନ, ଗଞ୍ଜାମ ଓ ଖୋର୍ଦ୍ଧାର ୩ ମେଡିକାଲ୍ ଅଫିସର ନିଲମ୍ବିତ।ଦେବଗଡ଼ରେ ସ୍କୁଲରେ ନାହାନ୍ତି ଶିକ୍ଷକ, ହୋଇପାରୁନି ପାଠପଢ଼ା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ।ଭୁବନେଶ୍ୱର ଦ୍ୱାରିକା ସିଟି ପ୍ଲଟିଂ ସ୍କିମ୍ରେ ରାସ୍ତା ଦେବା ମିଥ୍ୟା ପ୍ରତିଶ୍ରୁତି ଅଭିଯୋଗରେ ଦୁଇ ନିର୍ଦ୍ଦେଶକ ଗିରଫ।ନୟାଗଡ଼ରେ ଟଙ୍କା ଦେଣନେଣ ବିବାଦରୁ ବେକ କାଟି, ଟାଙ୍ଗିଆରେ ହାଣି ନାଳରେ ଭସାଇଦେଲେ।ବଲାଙ୍ଗିର ଟିଟିଲାଗଡ଼ରେ ଜନଗହଳି ସ୍ଥାନରେ ଯୁବତୀଙ୍କୁ ଅସଦାଚରଣ ପରେ ମାଡ଼ ମାରିବା ଅଭିଯୋଗ।ସମ୍ବଲପୁରରେ ସ୍କୁଲରେ ନାତିକୁ ଛାଡ଼ିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଅଜା ଓ ନାତିଙ୍କ ଜୀବନ ଚାଲିଗଲା। ଗଂଜାମ ଦିଗପହଣ୍ଡିରେ ବର୍ଷା ପ୍ରଭାବରେ ଫୁଲୁଛି ଘୋଡ଼ାହାଡ଼ ନଦୀ, ନଦୀକୂଳିଆଙ୍କୁ ବନ୍ୟା ଭୟ।🇳🇪ସୁପ୍ରିମ୍କୋର୍ଟ ରେଜିଷ୍ଟ୍ରିରେ ‘ସଂସ୍ଥାଗତ ଅବହେଳା’: ଇଡି ଆବେଦନର ୩ ବର୍ଷ ବିଳମ୍ବ ନେଇ ତଦନ୍ତ ନିର୍ଦ୍ଦେଶ।ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉପରେ ଆଇନ ଆଣିବା ପ୍ରସଙ୍ଗ: କେନ୍ଦ୍ରର ଜବାବ ଲୋଡ଼ିଲେ ସୁପ୍ରିମ୍କୋର୍ଟଦାଦରର ନାମ ଚୈତ୍ୟଭୂମି ହେଲେ ନାଗପୁରର ନାମ ଦୀକ୍ଷାଭୂମି କାହିଁକି ନୁହେଁ ? ସଞ୍ଜୟ ରାଉତମଣିପୁରରେ ଅପମିଶ୍ରିତ ମଦ ପିଇ ୧୫ଜଣଙ୍କ ମୃତ୍ୟୁ, ୨୦୦ ଗୁରୁତର।ଉତ୍ତର ପ୍ରଦେଶର ଅଲିଗଡ଼ରେ ଆର୍ଥିକ ସଙ୍କଟ ହେତୁ ନିଜ ସନ୍ତାନକୁ ବିକ୍ରି କରିଦେଲା ମା’।କର୍ଣ୍ଣାଟକ ଠାରୁ ତାମିଲନାଡୁର ୧୧ ଟିଏମ୍ସି ଜଳ ଦାବି ଖାରଜ କଲେ ସୁପ୍ରିମକୋର୍ଟ।ଖାଟୁ ଶ୍ୟାମଜୀ ମନ୍ଦିର ପ୍ରସ୍ଥାନ ପଥରେ ୪ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ।ଲଗାତାର ବିମାନ ବାତିଲ, ଉଡ଼ାଣ ବିଳମ୍ବ ଓ ସମସ୍ୟାକୁ ନେଇ ବିମାନ କମ୍ପାନି ସ୍ପାଇସ୍ଜେଟ୍କୁ ନୋଟିସ୍ ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ।ଭାରତୀୟ ବାୟୁସେନାରେ ଥିବା ୩୬ଟି ରାଫେଲ୍ ଯୁଦ୍ଧବିମାନ ମଧ୍ୟରୁ ୪ଟି ନିଖୋଜ ଥିବା ରିପୋର୍ଟକୁ କେନ୍ଦ୍ର କରି ବିବାଦ।ତାଇୱାନ ସଙ୍କଟ ଓ ”ଏଆଇ” ବଜାରରେ ଆର୍ଥିକ ଝଡ଼ର ପୂର୍ବାନୁମାନ କଲା ”ଦି ଇକୋନୋମିଷ୍ଟ”।ପାଲେଷ୍ଟାଇନ୍ ସମର୍ଥନରେ ଜାତିସଂଘରେ ୪ଟି ପ୍ରସ୍ତାବ ସପକ୍ଷରେ ଦେଲା ଭୋଟ୍।🏏🚴🏼♀️⚽ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ଆରମ୍ଭ ହୋଇଛି। ରାଇଜିଂ ଏସିଆ କପ୍ କ୍ରିକେଟରେ ନେପାଳକୁ ୩୦୬ ରନ୍ରେ ପରାସ୍ତ କଲା ଭାରତ।ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ଭାରତୀୟ ସଟ୍ପୁଟର୍ କିରଣ ବାଲୟାନ୍ଙ୍କୁ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା ୮ ବର୍ଷ ଲାଗି ବାସନ୍ଦ କରିଛି।================ଆଜି ବିଶ୍ୱ ଟେଲିଭିଜନ ଦିବସଗିନିଜ ବିଶ୍ୱ ରେକର୍ଡ ଦିବସଆଜି ବିଶ୍ୱ ‘ହେଲୋ’ ଦିବସଆଜି ଜନ୍ମଦିନ: ହରେକୃଷ୍ଣ ମହତାବ, ଆନନ୍ଦିବେନ ପଟେଲ, ହେଲେନ, ପ୍ରେମ ଚୋପ୍ରା, ଗିରିଶ ମୁର୍ମୁ, ବିନିତା ଟପ୍ପୋ (ହକି, ସୁନ୍ଦରଗଡ), ଗୌରହରି ନାଏକ (ନେତା, କେନ୍ଦୁଝର)ଆଜି ତିରୋଧାନ: ସିଭି ରମଣଇତିହାସରେ ଆଜି: (୧୮୭୭) ଥୋମାସ ଏଡିସନ ସମାଜକୁ ଫୋନୋଗ୍ରାଫ ସେବା ପ୍ରଦାନ କଲେ/ (୧୯୪୭) ଦେଶରେ ସ୍ବାଧୀନତା ପରର ନୂଆ ଡାକଟିକଟ ଆରମ୍ଭ/ (୧୯୬୩) ଭାରତର ପ୍ରଥମ ରକେଟ ନାଇକ ଆପାଚି ର ଉଡାଣ/ (୨୦୦୭) ଭାରତ-ଆମେରିକା ବ୍ୟବସାୟ ପରିଷଦରେ ପେପସି ମୁଖ୍ୟ ଇନ୍ଦ୍ରା ନୁୟୀ ସାମିଲ===================================
