November 28, 2026

ତିର୍ତ୍ତୋଲ ପୋଲିସଙ୍କ ଦ୍ୱାରା ମଦ ସହିତ ତିନିଜଣ ଚୋରା ବେପାରୀଙ୍କୁ ଆରେଷ୍ଟ

IMG-20261121-WA0016
Share

।ତିର୍ତ୍ତୋଲ :-ତା-୨୦/୧୧/୨୬,( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )ତିର୍ତ୍ତୋଲ ପୋଲିସ ଦ୍ୱାରା ୬୨. ୧୨୦ ଲିଟର ମଦ ସହିତ ଗୋଟିଏ ୱାଗନର କାର ଜବତ । ତିନି ଜଣ ମଦ ବେପାରୀ ଗିରଫ ଏବଂ କୋର୍ଟ ଫରୱାର୍ଡ଼ । ଖବର ଅନୁସାରେ ତିର୍ତ୍ତୋଲ ପୋଲିସ ଙ୍କ ରାତ୍ରୀ ପେଟ୍ରୋଲିଂ ସମୟରେ ତିନିଜଣ ମଦ ବେପାରୀଙ୍କୁ କାବୁ କରିଥିବାର ପୋଲିସ ସୂତ୍ରରୁ ଜଣାପଡିଛି । ସେମାନଙ୍କ ମଧ୍ୟରେ ତିର୍ତ୍ତୋଲ ଥାନା ଅଧିନସ୍ତ ବଫାପୁର ଗ୍ରାମର ୩୩ ବର୍ଷୀୟ ସୌମ୍ୟ ରଞ୍ଜନ ସାହୁ ଙ୍କ ନିକଟରୁ ପ୍ରତ୍ୟେକ ୧୮୦ ଏମଏଲ ର ୮୯ ବୋତଲ mc Dwell’s ନମ୍ବର ୱାନ ସେଲିବ୍ରେସନ ପ୍ରିମିୟମ ରମ୍,୧୮୦ ଏମ. ଏଲ ବିଶିଷ୍ଟ ୮୯ବୋତଲ mc. Dwell’s ନମ୍ବର ୱାନ ହ୍ଵିସ୍କି, ୨୦୦ ଏମଏଲ ବିଶିଷ୍ଟ ୮୦ ବୋତଲ ଦେଶି ରନ୍ଧା ଆସ୍କା ଫଟି, ମୋଟ ୪୨. ୦୪୦ ଲିଟର ମଦ ସହିତ OR 02 BD 1674 ନମ୍ବର ଥିବା ଗୋଟିଏ ୱାଗନର ଜବତ ହୋଇଥିବା ବେଳେ, ବାଲିପାଟଣା ଗ୍ରାମର ପଞ୍ଚାନନ ସାହୁଙ୍କ ଠାରୁ ୧୮୦ ଏମ ଏଲ ବିଶିଷ୍ଟ ୫୬ ବୋତଲ McDwell’s ନମ୍ବର ୱାନ ସେଲିବ୍ରେସନ ପ୍ରିମିଅମ ରମ୍, ୨୦୦ ଏମ ଏଲ ବିଶିଷ୍ଟ ୫ ବୋତଲ ଆସ୍କା ଫଟି, ମୋଟ ୧୧. ୦୮୦ ଲିଟର ଏବଂ ଖୁଣ୍ଟଳ ଗ୍ରାମର ରଶ୍ମିତା ମହାନ୍ତି ଙ୍କ ଠାରୁ ୨୦୦ ଏମ ଏଲ ବିଶିଷ୍ଟ ୪୫ ବୋତଲ ଆସ୍କା ଫଟି,ମୋଟ ୯ ଲିଟର ମଦ ସହିତ ସର୍ବମୋଟ ୬୨. ୧୨୦ ଲିଟର ମଦ ଜବତ କରିଥିଲେ ।ସେମାନଙ୍କ ବିରୁଦ୍ଧରେ ବେଆଇନ ଭାବେ ମଦ ଗଛିତ ରଖିବା, ବିତରଣ କରିବା, ଚଲାଣ କରିବା ଅଭିଯୋଗ ରେ ତିର୍ତ୍ତୋଲ ପୋଲିସ କେସ ନମ୍ବର 503/20/11/26,U/s 111(2)/112(2)/61(2)ବି ଏନ ଏସ ଏବଂ ଧାରା 52(a)/52(b)/52(c)/54/56 ଅବକାରୀ ଆଇନ 2008 wa ପଞ୍ଜିକୃତ ଅନୁସାରେ ମାମଲା ରୁଜ୍ଜୁ କରି ତିନି ଅଭିଯୁକ୍ତ ଙ୍କୁ ମାନ୍ୟବର ଅଦାଲତ ରେ ହାଜର କରାଯାଇଛି ।ତିର୍ତ୍ତୋଲ ର ବିଭିନ୍ନ ଅଞ୍ଚଳରେ ଏହିପରି ଚୋରା ମଦ ଚାଲାଣ ଓ ଗଛିତ ଥିବାର କିଛି ରାକେଟ କାର୍ଯ୍ୟ କରୁଥିବାର ସନ୍ଦେହ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି । ଏହି ଚୋରା ମଦ କାରବାର ରେ OD 02 CL 4695 KIA କାର ସହିତ ଚାଳକ କୁ ଆରେଷ୍ଟ କରାଯାଇଛି ବୋଲି ପୋଲିସ ଏ.ଏସ.ଆଇ. ଗୁଣଲତା ଜେନା ପ୍ରକାଶ କରିଛନ୍ତି । ବୁଦ୍ଧିଜିବୀ ମହଲରେ ପୋଲିସ ର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଛି ।