November 29, 2026

କାଶୀପୁର ରେ ନୂତନ ସବ -ଡିଭିଜନ ଗଠନ ନିମନ୍ତେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଜିଲ୍ଲା ପାଳ ଙ୍କୁ ଦାବିପତ୍ର

IMG-20261117-WA0031
Share

କାଶୀପୁର ରେ ନୂତନ ସବ -ଡିଭିଜନ ଗଠନ ନିମନ୍ତେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଜିଲ୍ଲା ପାଳ ଙ୍କୁ ଦାବିପତ୍ର lରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୁ ନୂତନ ସବ -ଡିଭିଜନ ଗଠନ ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବି ଜୋର ଧରିଛି l ସୋମବାର ଦିନ କାଶୀପୁର ସଦର ମହକୁମାରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନ ରୁ ସ୍ଥାନୀୟ ଶତାଧିକ ବୁଦ୍ଧିଜୀବୀ ରାୟଗଡା ଜିଲ୍ଲା ପାଳ ଙ୍କୁ ଭେଟି ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଉକ୍ତ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି l କାଶୀପୁର ବ୍ଲକ ଜିଲ୍ଲା ମଧ୍ୟରେ ଏକ ଭୌଗଳିକ କାରଣ ଏକ ବଡ଼ ବ୍ଲକ ହେଇଥିବାବେଳେ ଏଥିରେ ପ୍ରାୟ ଏକ ଲକ୍ଷ୍ୟ ଅସିଏ ହଜାର ଉର୍ଦ୍ଧ ଜନସଂଖ୍ୟା ରେ ବେଷ୍ଟିତ l ଅଞ୍ଚଳ ରେ ଖଣି ସମ୍ପଦ ମହଜୁଦ ରହିଥିବାବେଳେ ଏଠାରେ ଦୁଇ ଦୁଇ ଟି ବୃହତ କାରଖାନା ସହ ଯୋଗାଯୋଗ ସୁବିଧା ସମ୍ପନ୍ନ ରହିଛି l କିନ୍ତୁ ଆର୍ଥିକ ସମୃଦ୍ଧି ଥିଲେ ହେଁ ପ୍ରଶାସନ ବିକାଶ କାର୍ଯ୍ୟ ପ୍ରାୟ ଅପହଞ୍ଚ l ପୁଣି ପାହାଡ଼, ପର୍ବତ ପୁଣି ଜଙ୍ଗଲ ହେତୁ ସରକାରୀ ବିକାଶ ର ବିପରୀତ ଚିତ୍ର ପାଇଁ ପ୍ରାୟ ସମୟରେ ଖବର ର ଶୀର୍ଷ ରେ ଥାଏ ଏହି ବ୍ଲକ l ଏସବୁ ସମସ୍ୟା ହେତୁ ପୂର୍ବରୁ ବାରମ୍ବାର ସରକାର ଙ୍କୁ ବିଭିନ୍ନ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସୋମବାର ଦିନ ପୁନର୍ବାର ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ରାୟଗଡା ଜିଲ୍ଲାପାଳଙ୍କ ମାଧ୍ୟମରେ ଉକ୍ତ ବିଷୟରେ ତୁରନ୍ତ ବିଚାର କୁ ନେଇ ଏକ ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ସମୟ ରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ର ବୁଦ୍ଧିଜୀବୀ ମଧ୍ୟରୁ ଜୟ ମାଝୀ, ସୁନା ସିଂ ମାଝୀ,ମହେଶ୍ୱର ମାଝୀ, ଅନିଲ ଜୈନ,ପାଇଲ ମାଝୀ, ଦେବେନ୍ଦ୍ର ରାଓ, ଓ ଅନ୍ୟ ସମସ୍ତେ ଉପସ୍ଥିତ ଥିଲେ l

ରାୟଗଡା ରବିରାଜ ବୈଦ୍ୟ ଙ୍କ ରିପୋର୍ଟ